ଓଡ଼ିଶାର ପଖାଳକୁ ପ୍ରଶଂସା କଲେ କମେଡି କିଙ୍ଗ ଜିଭେଶୁ

ଭୁବନେଶ୍ୱର: ଓଡ଼ିଶାର ପଖାଳ ମୋ ମନ କିଣିନିଏ । ୧୦୦୦ ବର୍ଷର ସହର କଟକ ଓ ଓଡ଼ିଶାର ଖାଦ୍ୟକୁ ଢେର ପସନ୍ଦ କରିଛନ୍ତି ଜିଭେଶୁ ଆଲୁୱାଲିଆ । କଟକ ରାଉଣ୍ଡ ଟେବୁଲ୍ ୧୩୭ ଓ ରାଉଣ୍ଡ ଟେବୁଲ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏବଂ ଫାଲକନ୍ ରିଏଲ ଇଷ୍ଟେଟ୍ ସହଯୋଗରେ “କମେଡି ନାଇଟ୍ ଜିଭେଶୁ ଆଲୁୱାଲିଆ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ହାସ୍ୟ ଅଭିନେତା (ଷ୍ଟାଣ୍ଡ-ଅପ୍ କମେଡିଆନ୍) ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ କରିବା ସହ ଏକାଧିକ ଟିଭି ସିରିଏଲରେ ଅଭିନୟ କରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିବା ଜିଭେଶୁ ଆଲୁୱାଲିଆ ଦର୍ଶକଙ୍କୁ ହସି ହସି ବେଦମ କରାଇଥିଲେ । ଏହି “କମେଡି ନାଇଟ୍’ର ମୁଖ୍ୟ ଆକର୍ଷଣ ଥିବା ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜିଭେଶୁ ଆଲୁୱାଲିଆ କମେଡି ଦୁନିଆର ଏକ ପ୍ରତିଷ୍ଠିତ ନାମ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହାସ୍ୟ ଅଭିନେତା ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ କରିବା ସହ ଏକାଧିକ ଟିଭି ସିରିଏଲରେ ଅଭିନୟ କରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିଛନ୍ତି । ଏକଦା କର୍ପୋରେଟ ଜଗତରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଜିଭେଶୁ ଆଲୁୱାଲିଆ ଆଜିକୁ ୧୬ ବର୍ଷ ପୂର୍ବେ ନିଜ କର୍ପୋରେଟ ଚାକିରି ଛାଡ଼ି ଏହି ପେସାକୁ ଆପଣାଇଥିଲେ ଏବଂ ଏହି ପେସା ତାଙ୍କୁ ଦେଇଥିଲା ଅଜସ୍ର ଖ୍ୟାତି ଓ ସମ୍ମାନ । ୟୁଟ୍ୟୁବ୍ରେ ତାଙ୍କର ଭିଡିଓଗୁଡ଼ିକୁ ୨୨ ମିଲିୟନରୁ ଅଧିକ ଦର୍ଶକ ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ନେଇ କଟକ ରାଉଣ୍ଡ ଟେବୁଲ ୧୩୭ର କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି କମେଡି ଶୋ’ ମାଧ୍ୟମରେ ସଂଗୃହିତ ହୋଇଥିବା ୮ରୁ ୯ ଲକ୍ଷ ଟଙ୍କାରେ ଫନି ବାତ୍ୟାରେ ଭାଙ୍ଗିଯାଇଥିବା ସ୍କୁଲ ଗୃହ ନିର୍ମାଣରେ ଖର୍ଚ୍ଚ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ