ଲୁଚିଛପି ବାହାହେଲେ କ୍ୟାଟ୍ରିନା !
ମୁମ୍ବାଇ: ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ । ନିଜ ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ ହେଉ ଏହି ନାୟିକା ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏଥର କିନ୍ତୁ କ୍ୟାଟ୍ରିନାଙ୍କ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ତାଙ୍କ ଫ୍ୟାନମାନେ ବିଗିଡି ଯାଇଛନ୍ତି । ଉକ୍ତ ଭିଡିଓରେ କ୍ୟାଟ୍ରିନା ବଧୂବେଶରେ ସଜେଇ ହେବା ସହ ହେଭି ଜୁଏଲାରୀ ମଧ୍ୟ ପିନ୍ଧିଛନ୍ତି । ହେଲେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛିି ଯଦି କ୍ୟାଟ୍ରିନା ବିବାହ କରିଛନ୍ତି ତେବେ କାହାକୁ ବିବାହ କରିଛନ୍ତି । କାରଣ ଉକ୍ତ ଭିଡିଓରେ ସେମିତି ଅଧିକ କିଛି ନଜର ଆସୁନାହିଁ । ଏବେ କିନ୍ତୁ ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନଙ୍କର ହୃଦୟ ଭାଙ୍ଗିଯାଇଛି ବୋଲି କୁହାଯାଉଛି । କାରଣ ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଏହା କେବେକାର ଓ କେତେବେଳର ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ ।


