ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅର୍ ଧାରଣା

ଛତ୍ରପୁର-: ଟିୟୁସିଆଇର ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍ ହିଞ୍ଜିଳିକାଟୁ ବ୍ଲକ୍ କମିଟି ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ କରିବାରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଭୂଆଁ ବୁଲା ନୀତି ଏମ୍‌. ନରେଗାରେ ଶ୍ରମିକଙ୍କୁ ମାତ୍ର ଦୈନିକ ୧୪୦ଟଙ୍କା ମିଳୁଥିବା ବେଳେ ବିଭାଗୀୟ ନିଷ୍କ୍ରିୟତା ମୃତ୍ୟୁକାଳୀନ, ବିବାହ ଆଦି ସହାୟତା ପ୍ରଦାନରେ ବହୁ ବିଳମ୍ବ ଆଦି ପ୍ରତିବାଦରେ ଆଜି ସ୍ଥାନୀୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପ୍ରତିବାଦ ଧାରଣାରେ ନ୍ୟାୟ ପାଇବା ପର୍ଯ୍ୟନ୍ତ ବସି ରହିଛନ୍ତି । ଏଥିରେ ଜିଲ୍ଲା ସଭାପତି ଶଙ୍କର ସାହୁ, ଜିଲ୍ଲା ସହ ସଂପାଦିକା ପି. ପାର୍ବତୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍ ର ବହୁ ସଦସ୍ୟା ମାନେ ଯୋଗଦେଇଥିଲେ । ପ୍ରତିଶ୍ରୃତି ପରେ ଅପରାହ୍ନ ୪ଟାରେ ଆନ୍ଦୋଳନରୁ ଓହଁରିଥିଲେ ଆନ୍ଦୋଳନକାରୀ ମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ