ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସିର ଖବର । ଗତବର୍ଷ ଶେଷ ଦିନ ତଥା ୩୧.୧୨.୨୦୨୧ରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ଘୋଷିତ ୩ ପ୍ରତିଶତ ବର୍ଦ୍ଧିତ ମହଙ୍ଗା ଭତ୍ତା ଏବଂ ୩୦ ପ୍ରତିଶତ ବକେୟା ଦରମା ପ୍ରଦାନ କରି ଶିକ୍ଷକ ଏବଂ ଅଧ୍ୟାପକମାନଙ୍କ ସପ୍ତମ ବେତନ କମିଶନ ଲାଗୁ କରିଥିବାରୁ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ମନ ଖୁସି କରିଥିବାରୁ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନରୋତ୍ତମ ପାର୍ଥସାରଥୀ, ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଅବସରପ୍ରାପ୍ତ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ନେତୃତ୍ୱମାନଙ୍କ ଦ୍ୱାରା ବାରମ୍ବାର ଦାବି ସତ୍ତ୍ୱେ ବହୁ ବିଳମ୍ବରେ ହେଲେ ମଧ୍ୟ ସରକାର ମହଙ୍ଗା ଭତ୍ତା ଏବଂ ବକେୟା ଦରମା ଘୋଷଣା କରିଥିବାରୁ କର୍ମଚାରୀ ମହଲରେ ଆନନ୍ଦ ଖେଳିଯାଇଛି । ମାତ୍ର ଅନ୍ୟାନ୍ୟ ମୁଖ୍ୟ ଦାବିଗୁଡ଼ିକ ମଧ୍ୟରୁ କେନ୍ଦ୍ରୀୟ ହାରରେ ନୂତନ ଘରଭଡ଼ା ପ୍ରଦାନରେ ଅବହେଳା କରିଥିବାରୁ କର୍ମଚାରୀ ସଂଘର ନେତୃବୃନ୍ଦମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଦାବକୁ ତୁରନ୍ତ ବିଚାରକୁ ନିଆଯାଇ ନୂତନ କେନ୍ଦ୍ରୀୟ ହାରରେ ଘରଭଡ଼ା ପ୍ରଦାନ କରିବାକୁ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀଯୁକ୍ତ କାହ୍ନୁଚରଣ ମଲ୍ଲିକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ