ସ୍ୱତନ୍ତ୍ର ଗ୍ରାମ ସଭା ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଲୋ ପଞ୍ଚାୟତରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପିଇଓ ପ୍ରଫୁଲ୍ଲ କୁମାର ପଣ୍ଡା, ଗୀତା ଇଞ୍ଜିନ୍‌ୟରିଂ କଲେଜର ଅଧ୍ୟକ୍ଷ ଡଃ.ମନ୍ମଥ କୁମାର ରାଉଳ, ପୂର୍ବତନ ସରପଞ୍ଚ ଅର୍ଜ୍ଜୁନ ପଣ୍ଡା, ବିଜୟ ନାୟକଙ୍କ ସମେତ ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ନିଳୋକ ପଞ୍ଚାୟତରେ ସରପଞ୍ଚ ରଜନୀ ସେଠୀ, ଜି.ଆର୍‌.ଏସ୍ ପ୍ରଦୀପ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତି, ସମିତି ସଭ୍ୟ ଉଦ୍ଧବ ସେଠୀ, ନାଏବ ସରପଞ୍ଚ ନିଧିରାମ ଯେନାଙ୍କ ସମେତ ସମସ୍ତ ୱାର୍ଡସଭ୍ୟସଭ୍ୟା ଯୋଗ ଦେଇଥିଲେ । ଗୋପିନାଥପୁର ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସରପଞ୍ଚ ସବିତାରାଣୀ ନାୟକ, ପିଇଓ ବିକାଶ ରାଉତ, ଜି.ଆର.ଏସ୍‌. ସୁବୋଧ ରାଉତ, ପୂର୍ବତନ ସରପଞ୍ଚପ୍ରଦୀପ୍ତ ନାୟକ, ନାଏବ ସରପଞ୍ଚ ରାଜେନ୍ଦ୍ର ନାୟକଙ୍କ ସମେତ ୱାର୍ଡସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ