ପୁରୁଷୋତ୍ତମପୁର ତହସିଲଦାରଙ୍କ ଗୁଣ୍ଡାରାଜ , ପରିବା ବ୍ୟବସାୟୀଙ୍କୁ ଥଇଥାନା ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଯୁଗାଦ୍ଦ ନ୍ୟୁଜ) : ଗତ ୧୯ ତାରିଖରେ ପୁରୁଷୋତ୍ତମପୁର ତହସିଲଦାରଙ୍କ ଗୁଣ୍ଡାରାଜ ଏବଂ ବିନା ନୋଟିସ୍ରେ ଦୀର୍ଘ ୧୫ ବର୍ଷର ପନିପରିବା ମାର୍କେଟକୁ ଉଚ୍ଛେଦ କରିଥିବା ପ୍ରତିବାଦରେ ମା’ତରାତାରିଣୀ ପନିପରିବା କ୍ଷୁଦ୍ର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୁରୁଷୋତ୍ତମପୁର ତହସିଲଦାର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ତାଙ୍କୁ ଏହି ସ୍ଥାନାରୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ସୋମବାର ପରିବା ବ୍ୟବସାୟୀ ସଂଘର ସଦସ୍ୟମାନେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଠାରେ ଦାବି କରିଛନ୍ତି । ବ୍ୟବସାୟୀମାନେ ଆହୁରୀ କହିଛନ୍ତି ଯେ, ଗତ୧୯ ତାରିଖରେ ପୁରୁଷୋତ୍ତମପୁର ସ୍ଥିତ ପରିବା ମାର୍କେଟରେ ଖୁଚୁରା ବ୍ୟବସାୟୀ ଅନ୍ନଦାନ ପାଇଁ ରନ୍ଧା ଚାଲିଥିବା ବେଳେ ତହସିଲଦାର ଏକ ଜେସିବି ଧରି ଆସି ବିନା ନୋଟିସ୍ରେ ଆମ୍ଭମାନଙ୍କ ପ୍ରତି ଜୁଲୁମ୍ ଅତ୍ୟାଚାର କଲେ । ଆମ୍ଭର ରନ୍ଧାଖାଦ୍ୟ ସବୁ ଫୋପାଡି ଦେଲେ । ଉପସ୍ଥିତ ବ୍ୟବସାୟୀଙ୍କୁ ଧକ୍କା ମାରି ଘର ଭାଙ୍ଗି ଦେଇଥିଲେ । ଏଣୁ ଆମ୍ଭ ପରିବାର ବ୍ୟବସାୟୀଙ୍କୁ ପୁନଃ ଥଇଥାନା କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ବ୍ୟବୟାସୀମାନେ ଦାବି କରିଛନ୍ତି । ପୂର୍ବରୁ ଏହି ସଂପର୍କିତ ନେଇ ୨୧ ତାରିଖରେ ଜିଲ୍ଲାପାଳଙ୍କ ସହ ବ୍ୟବସାୟୀମାନେ ସାକ୍ଷତ କରି ଆଲୋଚନା କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ଏହାକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ବ୍ୟବସାୟୀମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆସନ୍ତାକାଲି ଘଟଣା ସ୍ଥଳେ ପହଞ୍ଚି ସମସ୍ତ ବିଷୟକୁ ଅନୁଧ୍ୟାନ କରି ତୁରନ୍ତ ଥଇଥାନା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଛନ୍ତି ।


