କନ୍ଧମାଳରେ ଦୁଇ କରୋନା ଯୋଦ୍ଧାଙ୍କ ସମେତ ଜିଲାରେ ୯୫ ପଜିଟିଭ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରୁ ମଙ୍ଗଳବାର ପୁଣି ୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଛି। ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଯାହା ଜିଲା ପ୍ରଶାସନର ଚିନ୍ତା ବଢାଇଛି। ଏହି ଚିହ୍ନଟଙ୍କ ମଧ୍ୟରେ ୬୪ଜଣ ପୁରୁଷ ଓ ୩୧ଜଣ ମହିଳା ଅଛନ୍ତି। ସେହିମାନଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ସଂକ୍ରମିତଙ୍କ ବୟସ ୧୭ ବର୍ଷରୁ ରୁ ୬୦ ବର୍ଷ ମଧ୍ୟରେ ରହିଛି। ସଂକ୍ରମିତ ମଧ୍ୟରୁ ଫୁଲବାଣୀରୁ ୧୭ଜଣ ହୋଇଥିବା ବେଳେ ବାଲିଗୁଡ଼ାରୁ ୧୫ଜଣ, ଘୂ, ଉଦୟଗିରିରୁ ୪, ଦାରିଙ୍ଗିବାଡ଼ିରୁ ୧୭ଜଣ, ଟିକାବାଲିରୁ ୬ ଜଣ, କୋଟଗଡ଼ରୁ ୮ଜଣ, ଚକାପାଦରୁ ୧୧ଜଣ, ରାଇକିଆରୁ ୮ଜଣ, ତୁମୁଡ଼ିବନ୍ଧରୁ ୮ ଜଣ ହୋଇଥିବା ବେଳେ ଅନ୍ୟ ଏକ ଅଂଚଳରୁ ଜଣେ ସଂକ୍ରମିତ ଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତଙ୍କ ଦ୍ୱାରା କ୍ଲୋଜ କଣ୍ଟାକ୍ଟରେ ଆସିଥିବା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ସହିତ ଲାଗୁ ହୋଇଥିବା କରୋନା କଟକଣାକୁ ମାନି ଚଳିବାକୁ ପରାମର୍ଶ ଦିଆଯାଇଛି। ଜିଲାରେ ଚିହ୍ନଟ ୧୯୬୫ଜଣ ମଧ୍ୟରୁ ୧୪୧୭ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇ ଯାଇଛି। ବାକି ୫୪୧ ଜଣ ବର୍ତମାନ ଚିକିତ୍ସିତ ହେଉଥିବା ଜଣା ପଡିଛି। ଏମାନଙ୍କ ମଧ୍ୟରୁ ୮ଜଣଙ୍କୁ ଭୁବନେଶ୍ୱର କିମସ୍ କୋଭିଡ଼-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଜିଲାରେ ବର୍ତମାନ ପ୍ରତ୍ୟେକ ଦିନ ଏକ ହଜାରୁ ଉର୍ଦ୍ଧ କରୋନା ଟେଷ୍ଟ ହେଉଥିବାରୁ ଏତେ ସଂଖ୍ୟକ ପଜିଟିଭ ଚି଼ହ୍ନଟ ହେଉଥିବା ପ୍ରଶାସନ ପକ୍ଷରୁ କହାଯାଇଛି। ଏଥିପାଇଁ କୌଣସି ପ୍ରକାର ଭୟଭୀତ ନହେବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ନିବେଦନ କରାଯିବା ସହିତ ସରକାରଙ୍କ କୋଭିଡ଼ -୧୯ ନିୟମକୁ ମାନି ଚଳିବାକୁ କୁହାଯାଇଛି।


