କନ୍ଧମାଳର ୨୫୪ରୁ ୧୯୨ ନେଗଟିଭ୍, କୋଲକାତା ଫେରନ୍ତାଙ୍କ ପାଇଁ ବଢୁଛି ଚିନ୍ତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରୁ ସନ୍ଦିଗ୍ଧ ଯାଇଥିବା ୨୫୪ ଜଣଙ୍କ ରକ୍ତ ନମୁନାରୁ ୧୯୨ଟି ରିପୋର୍ଟ ଆସିଛି। ଯାହାକି ସବୁ ନେଗଟିଭ୍ ରହିଛି। ଗୁରୁବାର ସୁଦ୍ଧା ଆସୁଥିବା ସବୁ ରିପୋର୍ଟ ନେଗଟିଭ ରହିବା ଖୁସି ଖବର। ହେଲେ କନ୍ଧମାଳକୁ ଆସିବାକୁ ଥିବା କୋଲକାତା ଫେରନ୍ତାଙ୍କ ପାଇଁ ସମସ୍ତଙ୍କ ଚିନ୍ତା ବଢିଛି। ଜିଲ୍ଲାକୁ ବାହାର ରାଜ୍ୟରୁ ସମୁଦାୟ ୧୬ହଜାର ୮୮୨ ଜଣ ଫେରିବାର ଅଛି। ଏଥି ନିମନ୍ତେ ୧୦ହଜାରରୁ ଉର୍ଦ୍ଧ୍ବ ଜଣ ନାମ ପଞ୍ଜିକରଣ କରି ସାରିଲେଣି। ବାହାରୁ ଆସିବା ମଧ୍ୟରେ ଅଳ୍ପ ସଂଖ୍ୟକ ଅଛନ୍ତି କୋଲକାତା ଫେରନ୍ତା। ଏମାନଙ୍କ ପାଇଁ ପ୍ରଶାସନର ଚିନ୍ତା ବଢି ଯାଇଥିବା ବେଳେ ସାଧାରଣ ଲୋକ ବି ଚିତିନ୍ତ ହୋଇ ପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ