କନ୍ଧମାଳ କଂଗ୍ରେସର ନୂତନ ଜିଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କଂଗ୍ରେସର ନୂତନ ସଭାପତି ଅନାମ ନାୟକଙ୍କୁ  ଦଳ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ କୋର୍ଟ ଛକ ନିକଟସ୍ଥ କଂଗ୍ରେସ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ନେତା ବଳଦେବ ବେହେରା ପରିଚାଳନା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ଜିଲ୍ଲାରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧା ମାନଙ୍କ ସମେତ ଏଥିରେ ମୃତ୍ୟୁବରଣ କରିଥିବା ଅନ୍ୟ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ କନ୍ଧମାଳର ଆଦିବାସୀ ଯୁବନେତା ପ୍ରତାପ ପ୍ରଧାନ ଦଳର ନୂତନ ସଭାପତି ଅନାମ ନାୟକଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାପତି ଶ୍ରୀ ନାୟକ କନ୍ଧମାଳ ଜିଲ୍ଲାରେ କଂଗ୍ରେସ ଦଳର ସ୍ଥିତି ବାବଦରେ ପ୍ରକାଶ କରିବା ସହିତ ସେ ଜଣେ ଲଢୁଆ କର୍ମି ଭାବରେ ବହୁତ ଦିନରୁ ଦଳରେ ଅଛନ୍ତି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏବଂ ଭାରତୀୟ ଜାତୀୟ କଂଗ୍ରେସ କମିଟି ତରଫରୁ ଏହି ଦାୟୀତ୍ୱ ପ୍ରଦାନ କରାଯାଇଥିବା ଯୋଗୁଁ ସେ ଏଥିପାଇଁ କୃତଜ୍ଞତା ଜଣାଇବା ସହିତ ଏହି ଦାୟୀତ୍ୱକୁ ସେ କିପରି ତୁଲାଇବେ ତାର ରୋଡ ମ୍ୟାପ ପ୍ରସ୍ତୁତ କରିବେ, କଂଗ୍ରେସ ଦଳ ଜିଲ୍ଲାରେ ବହୁ ବର୍ଷ ପୁର୍ବରୁ ଲୋକଙ୍କର ସେବା କରି ଆସିଛି ସେଥିପାଇଁ ଦଳ ବର୍ତମାନ ମଧ୍ୟ ଜିଲ୍ଲାରେ ଲୋକଙ୍କ ପାଖରେ ଆଦୃତ ହୋଇ ରହିଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି।। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୁଦା ମଲ୍ଲିକ, ବାଲିଗୁଡା ବିଧାୟକ ପ୍ରାର୍ଥି ସିମନ ମଲ୍ଲିକ ,ଘୁ.ଉଦୟଗିରି ବିଧାୟକ ପ୍ରାର୍ଥି ଶ୍ୟାମଘନ ମଲ୍ଲିକ, ପ୍ରଦେଶ କଂଗ୍ରେସ କୃଷକ ସେଲର ଉପ-ସଭାପତି ହେମନ୍ତ କର,ବରିଷ୍ଠ ନେତା ବିଜୟ ମହାନ୍ତି ଓ ପିତାମ୍ବର ସାହୁ,ଶ୍ରମିକ ନେତା ଘନକୁମାର ଶବର ଓ ଅନ୍ୟମାନେ ମଧ୍ୟ ନୁତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରୁ କଂଗ୍ରେସ ଦଳର ନେତା ଦୁର୍ଯ୍ୟଧନ ପଟ୍ଟନାୟକ, ବଂଶିଧର ସ୍ୱାଇଁ,ଗୌରଚରଣ ବେହେରା,ଶିବଶଙ୍କର ବେହେରା,ସୂର୍ଯ୍ୟକାନ୍ତ ଦାସ,ରବି ଷଢଙ୍ଗୀ, ପ୍ରଦୀପ କୁମାର ଆଚାର୍ଯ୍ୟ,ହୃଷିକେଶ ବେହେରା,ମନୋଜ କୁମାର ସାହାଣୀ,ଦୀପକ କୁମାର ବେହେରା,ଜାକେଶ ପ୍ରଧାନ,ଏନ.ରାଜା ରାଓ,ନାରୀ ନେତ୍ରୀ ଅଞ୍ଜୁମ ଅହମ୍ମଦ , ଅହାଲ୍ୟା ନାୟକ,ପିତବାସ ପ୍ରଧାନ,ଦସରଥ ଜାନୀ,ସ୍ୱାଧିନ ବେହେରା ଓ କୃପା ବିଷୋଈ ପ୍ରମୁଖ ଯୋଗ ଦେଇ ସମ୍ବର୍ଦ୍ଧନା କରିଥିଲେ। ଅନୁଷ୍ଠିତ ଏହି ସଭାରେ ଘୁ.ଉଦୟଗିରି ବ୍ଳକର ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ ଦଳରେ ପ୍ରଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ମାଦିକୁନ୍ଦା ଛକଠାରେ ପ୍ରଥମେ ନୂତନ ସଭାପତି ଶ୍ରୀ ନାୟକ ସ୍ୱର୍ଗତ ଈନ୍ଦିରା ଗାନ୍ଧୀଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରେ ଏକ ମୋଟରସାଇକଲ ଶୋଭାଯାତ୍ରରେ ବାହାରି କୋର୍ଟଛକ ନିକଟରେ ଥିବା କଂଗ୍ରେସ ଦଳର ପ୍ରାଙ୍ଗଣରେ ପହଂଚିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ