କନ୍ଧମାଳ ଜିଲ୍ଲାକୁ ଫେରୁଛନ୍ତି ହଜାର ହଜାର ପ୍ରବାସୀ : ପ୍ରଶାସନ ସଜାଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ କରୋନା ପାଇଁ ଚାଲିଥିବା ଲଢେଇରେ ସମଗ୍ର ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶସାନ ବେଶ୍ ସଜାଗ ହୋଇଥିବା ବେଳେ ଇତି ମଧ୍ୟରେ ନାମ ପଞ୍ଜିକୃତ କରିଥିବା ଓ ଅଣଞ୍ଜିକୃତ ପ୍ରାୟ ୫୧୪୯ ଜଣ ପ୍ରବାସୀ ଦେଶର ବିଭିନ୍ନ ରାଜ୍ୟ ଓ ଦେଶରୁ ଫେରିଛନ୍ତି। ସମଗ୍ର ଜିଲ୍ଲାରେ ଥିବା ବିଭିନ୍ନ ଟି.ଏମ୍.ସି ମାନଙ୍କରେ ଏହି ପ୍ରବାସୀମାନେ ରହୁଥିବା ବେଳେ ବୁଧବାର ସୁଦ୍ଧା ସମଗ୍ର ଜିଲ୍ଲାରୁ ୧,୨୦୧ ଜଣ ପ୍ରବାସୀ ନିଜ ନିଜର ସଂଗରୋଧ ଶେଷ କରି ଘରକୁ ବାହୁଡ଼ିଥିବା ବେଳେ ଅନେକଙ୍କ ନିଜ ନିଜ ଘରେ ୭ ଦିନ ପାଇଁ ମଧ୍ୟ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତମାନ ସୁଦ୍ଧା ସମଗ୍ର ଜିଲ୍ଲାରେ ୩ ହଜାର ୯୪୮ ଜଣ ପ୍ରବାସୀ ଜିଲ୍ଲାର ୬୮ ଟି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବାର ଜଣାଯାଇଛି।ଗୁରୁବାର ସୁଦ୍ଧା ମିଳିଥିବା ରିପୋର୍ଟ ପ୍ରକାରେ , ଜିଲ୍ଲାକୁ କେରଳରୁ ୧୫୫୩ ଜଣ ଫେରିଥିବା ବେଳେ ସୁରତରୁ ୪୦୬ ଜଣ , ଝାଡ଼ଖଣ୍ଡରୁ ୫ଜଣ , ମହାରାଷ୍ଟ୍ରରୁ ୧୮୩ ଜଣ , ଆନ୍ଧ୍ରପ୍ରଦେଶରୁ ୩୫୩ ଜଣ , ତେଲେଙ୍ଗାନାରୁ ୪୪୪ ଜଣ , ତାମିଲନାଡ଼ୁରୁ ୧୫୩୭ ଜଣ , କୋଲକତାରୁ ୪୫ ଜଣ , କର୍ଣ୍ଣାଟକରୁ ୩୨୭ ଜଣ ,ମଧ୍ୟ ପ୍ରଦେଶରୁ ୭୬ ଜଣ , ଉତରାଖଣ୍ଡରୁ ୧୪ଜଣ, ଛତିଶଗଡ଼ରୁ ୧୨ଜଣ , ଉତରପ୍ରଦେଶରୁ ୧୬ ଜଣ , ବିହାରରୁ ୩୭ଜଣ , ଦିଲ୍ଳୀରୁ ୨୦ଜଣ , ଗୋଆରୁ ୭୬ ଜଣ , ହରିୟାଣାରୁ ୩ ଜଣ , ରାଜସ୍ଥାନରୁ ୨୪ ଜଣ , ଜମ୍ମୁ ଓ କାଶ୍ମୀରରୁ ୨ଜଣ , ଦାମନଡ଼ିୟ ଓ ତ୍ରପୁରାରୁ ଜଣେ ଲେଖାଏଁ ଏବଂ ପଣ୍ଡିଚେରିରୁ ୧୪ ଜଣ ଫେରିଥିବା ବେଳେ ଗୁରୁବାର ମଧ୍ୟ କେତେକ ଫେରିଥିବାର ଜଣାଯାଇଛି ।
ତେବେ ଏ ପର୍ଯ୍ୟନ୍ତ ରିପୋର୍ଟ ହସ୍ତଗତ ହୋଇ ନାହିଁ। ତେବେ ସମଗ୍ର ଜିଲା ମଧ୍ୟରୁ ବର୍ତମାନ ସୁଦ୍ଧା ଦାରିଙ୍ଗବାଡ଼ି ବ୍ଳକରୁ ସର୍ବାଧିକ ୭୫୬ଜଣ ପ୍ରବାସୀ ଫେରିଥିବା ବେଳେ ସେମାନଙ୍କୁ ୯ଟି ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା। ବର୍ତମାନ ୫୬୫ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୯୧ ଜଣ ସଂଗରୋଧ କେନ୍ଦ୍ରରୁ ନିଜ ନିଜ ଘରକୁ ଫେରିଛନ୍ତି। ଆସିଥିବା ସମସ୍ତ ପ୍ରବାସୀମାନେ ପ୍ରାୟତଃ ତାମିଲନାଡ଼ୁ, କେରଳ, ବାଙ୍ଗାଲୋର, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରୁ ଫେରିଥିବା ବେଳେ ସମସ୍ତେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳର। ଦାରିଙ୍ଗବାଡ଼ି ବ୍ଲକର ପ୍ରାୟ ଦଶ ହଜାର ଲୋକ ବାହାରେ ଥିବା ଆକଳନ କରାଯାଉଛି। ଦାରିଙ୍ଗବାଡ଼ି ବ୍ଲକରେ ୪୪ଟି ସଂଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୯ଟି କେନ୍ଦ୍ରରେ ପ୍ରବାସୀମାନଙ୍କୁ ରଖାଯାଇଛି। ବର୍ତମାନ ଚାଲିଥିବା ସମସ୍ତ ୯ଟି ଯାକ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ପ୍ରବାସୀମାନେ ସଠିକ ଭାବରେ ସରକାରଙ୍କ ନିୟମ ପାଳନ କରିବା ସହିତ ନିଜ ନିଜ ସଂଗରୋଧ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟରେ ମଧ୍ୟ ନିଜକୁ ସେମାନେ ନିୟୋଜିତ କରିଛନ୍ତି। ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଅଛି। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ି ଜିଲ୍ଲାର ସର୍ବବୃହତ ବ୍ଲକ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଅଂଚଳକୁ ୧ହଜାରରୁ କମ୍ ସଂଖ୍ୟକ ପ୍ରବାସୀ ଫେରିଥିବା ବେଳେ ପରବର୍ତୀ ସମୟରେ ବହୁ ସଂଖ୍ୟକ ପ୍ରବାସୀମାନେ ଆସିବାର ଥିବାରୁ ସେମାନଙ୍କ ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଥିବା ବ୍ଲକ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଦାରିଙ୍ଗବାଡ଼ି ବିଡିଓ ଡ. ଜଗଦୀଶ ଷଡଙ୍ଗୀ ପ୍ରତିଦିନ ସମସ୍ତ ସଂଗରୋଧ କେନ୍ଦ୍ର ଗୁଡ଼ିକ କିପରି ପରିଚାଳିତ ହେଉଛି ସେ ନେଇ ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ କରି ତଦାରଖ କରୁଛନ୍ତି ।
Attachments area

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ