ବିଶ୍ଵ ପରିବେଶ ଦିବସ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଇକିଆ (ପ୍ରଦୀପ କୁମାର ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ନାଗରିକ ମଞ୍ଚ ତରଫରୁ ଶୁକ୍ରବାର ବିଶ୍ଵ ପରିବେଶ ଦିବସ ପାଳିତ ହୋଇ ଯାଇଛି । ସାମ୍ପ୍ରତିକ ପରିସ୍ଥିତି ରେ ବିଶ୍ଵ ତାପନ ଓ ପରିବେଶ ସନ୍ତୁଳନ ରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସର ରେ ରାଇକିଆ ନବ ନିର୍ମିତ କଲ୍ୟାଣ ମଣ୍ଡପ ସାମନା ରେ ମଞ୍ଚ ପକ୍ଷରୁ ବୃକ୍ଷ ରୋପଣ କରା ଯାଇଥିଲା । ସଭାପତି ସୁଶାନ୍ତ କୁମାର ଜେନା, ସମ୍ପାଦକ ମେନେଶ୍ଵର୍ ଦିଗାଲ, ନରେନ୍ଦ୍ର ଲେଙ୍କା, ଯୁଗ୍ମ ସମ୍ପାଦକ ମସେସ୍ ଦିଗାଲ ,କୋଷାଧ୍ୟକ୍ଷ ସିମାଞ୍ଚଳ ଦିଗାଲ, ରାଜ କିଶୋର ପରିଛା ଏବଂ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ