କପିଳ ମିଶ୍ରା ଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ:- ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ନେତାମାନେ ପରସ୍ପରକୁ ସମାଲୋଚନା କରିବାରେ ଲାଗିଛନ୍ତି। ଏହି ଅବସରରେ ବିଜେପି ପ୍ରାର୍ଥୀ କପିଳ ମିଶ୍ରା ପୁଣି ଥରେ ଆମ୍ ଆଦ୍ମୀ ପାର୍ଟି(ଆପ୍)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ ଗାଡ଼ିରେ ନିଆଁ ଲଗାଇ ଦିଆଗଲା ଏବଂ ପୁଲିସ କର୍ମୀଙ୍କୁ ମାଡ଼ ମରାଗଲା, ଯାହା ପଛରେ କଂଗ୍ରେସ ଏବଂ ଆପ୍ର ହାତ ରହିଛି । ଅରବିନ୍ଦ କେଜ୍ରିୱାଲ ଜିନ୍ନାଙ୍କ ରାଜନୀତି କରୁଛନ୍ତି । ଆପ୍ର ନୂଆ ନାଁ ମୁସଲିମ୍ ଲିଗ୍ ହେବା ଉଚିତ ।


