ଚାଇନାରେ ଭୂକମ୍ପ ଅନୁଭୂତ
ବେଜିଂ- କରୋନା ଭାଇରସ୍ ରେ ଆତଙ୍କ ଚାଇନାର ମୁଣ୍ଡ ବ୍ୟାଥାର କାରଣ ପାଲଟିଥିବା ବେଳେ ଏବେ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି । ସୋମବାର ଦକ୍ଷିଣ-ପଶ୍ଚିମ ଚାଇନାର ଶିଚୁଆନ ପ୍ରାନ୍ତରେ ଥିବା କ୍ୟୁଇଙ୍ଗ୍ଓ୍ବାଇଜିଆଙ୍ଗ୍ ଜିଲାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଥିବା ବେଳେ ଏହାର ଝଟ୍କା ୧୦ରୁ ଊର୍ଦ୍ଧ୍ୱ ସେକେଣ୍ଡ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଭୂକମ୍ପ ହେବା ସମୟରେ ଲୋକମାନେ ଭୟଭୀତ ଅବସ୍ଥାରେ ବାହାରକୁ ଅବା ସୁରକ୍ଷିତ ସ୍ଥାନକୁ ପଳାଇଥିଲେ । ଅପରପକ୍ଷେ ଭୂକମ୍ପ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକରେ ୧୫୦ ଉଦ୍ଧାରକାରୀ ଦଳ ଓ ୩୪ଟି ଗାଡ଼ି ପଠାଯାଇଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।


