କପଡ଼ା ଦୋକାନକୁ ପ୍ରତିଦିନ ଶୋଇବାକୁ ଆସୁଛି ଗାଈ

କପଡ଼ା ଦୋକାନକୁ ଗ୍ରାହକଙ୍କ ଯିବାଆସିବା ଏକ ସାଧାରଣ କଥା । କିନ୍ତୁ ଦୋକାନ ଭିତରକୁ ପ୍ରତିଦିନ ଗାଈ ଆସି ଶୋଇବା ନିହାତି ଆଶ୍ଚର୍ଯ୍ୟକର ଘଟଣା । ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆର୍ କଡ଼ପା ଜିଲ୍ଲାର ମୟଦୁକର ବଜାରରେ ଏଭଳି ଏକ କପଡ଼ା ଦୋକାନ ଅଛି । ଦୋକାନ ଭିତରେ ପଡିଥିବା ନରମ ଗଦିରେ ଶୋଇବାକୁ ଏକ ଗାଈ ଆସେ । ଦୋକାନର ମାଲିକ ଓବୈୟା ଏହି ଗାଈଟିକୁ ଗୋମାତା ଭାବି ପୂଜା କରନ୍ତି ଏବଂ ତା’କୁ ଆରାମରେ ଶୋଇବାକୁ ଦିଅନ୍ତି । ସାଇରାମ ନାମକ ଏହି କପଡ଼ା ଦୋକାନ ଭିତରକୁ ପଶିଲାବେଳେ ଗାଈଟି କାହାର କିଛି କ୍ଷତି ନ କରି ଆରାମରେ ତଳେ ପଡିଥିବା ଗଦି ଉପରେ ଶୋଇପଡ଼େ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଶୋଇଥିବାବେଳେ ଗାଈଟି ପରିସ୍ରା କିମ୍ବା ଝାଡ଼ା କରି ନ ଥାଏ । ଦୁଇ-ତିନି ଘଣ୍ଟା ଶୋଇବା ପରେ ସେ ନିଜ ବାଟରେ ଚାଲିଯାଏ । ବଜାରରେ ଏତେ ଦୋକାନ ଥିବା ସତ୍ତ୍ୱେ ସେ କେବଳ ସାଇରାମ ଦୋକାନ ଭିତରକୁ ହିଁ ଯାଇଥାଏ । ଗାଈଟିକୁ ଦେଖିବାକୁ ଦୋକାନ ସାମ୍ନାରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ