ପାଳଗଦା ନିଆଁରେ ପଶି ଯୁବକ ଆହାତ
ଭଂଜନଗର,(ସନ୍ତୋଷ କୁମାର ଜେନା): ଭଂଜନଗର ଥାନା ଅଧିନ ଲେମ୍ବେଇ ଗ୍ରାମ ରାସ୍ତା କଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡରେ ପାଳଗଦା ଥିବା ବେଳେ ସେହି ପାଳ ଗଦାରେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିଲା । ପାଳଗଦାରେ ନିଆଁଲାଗିଥିବା ବେଳେ ରାସ୍ତା ଧୁଆଁମୟ ହୋଇ ରହିଥିଲା । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଜଣେ ୨୩ ବର୍ଷିୟ ବାଇକ ଚାଳକ ନିଆଁରେ ପଶି ସାମାନ୍ୟ ଆହାତ ହୋଇଥିବା ବେଳେ ବାଇଟି ସଂମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଯୁବକ ଜଣକ ପରିଚୟ ଗ୍ରାମର ୨୩ ବର୍ଷିୟ ଯୁବକ ଭଞ୍ଜ ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ କୁଲାଡରୁ ନିଜର ମୋଟର ସାଇକେଲ ଯୋଗେ କୁଲାଡରୁ ତିନିଛକିଆ ଗ୍ରାମକୁ ଯାଉଥିବା ସମୟରେ ପରିବେଶ ଧୁଆଁମୟ ହୋଇଥିବାରୁ ସେ ପାଳ ଗଦାରେ ପଶିଯାଇଥିଲେ । ସେଠାରେ ପାଳଗଦାରେ ପଶି ତାଙ୍କର ଗାଡି ସଂମ୍ପୂର୍ଣ୍ଟ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ହାତ ପାପୁଲିରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ଯୁବକ ଭଂଜ ପ୍ରଧାନଙ୍କ ସ୍ୱାସ୍ଥ୍ୟୃବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।


