କରୋନା ଟେଷ୍ଟିଂ ଅବଧି ଏପ୍ରିଲ ୩୦ ଯାଏଁ ବଢିଲା

ଭୁବନେଶ୍ୱର,(ୱାଇଏନ୍‌ଏସ୍‌): ରାଜ୍ୟରେ କରୋନା ଟେଷ୍ଟିଂ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ପୂର୍ବରୁ ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏଁ ଘୋଷଣା ହୋଇଥିଲା । ଏଥିସହ ସେ କହିଛନ୍ତି ଯେ ଜିଲ୍ଲାମାନଙ୍କରେ ମଧ୍ୟ ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି । ଜଣେ ସ୍ୱତନ୍ତ୍ର ସଚିବଙ୍କ ସହ ୩୦ଟି ଜିଲ୍ଲା ପାଇଁ ୬ଜଣ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର । କିଛି ରାଜ୍ୟରେ ହଠାତ କରୋନା ସଂକ୍ରମଣ ବଢ଼ିଯାଇଛି, ହେଲେ ଓଡ଼ିଶାରେ ନିୟନ୍ତ୍ରଣାଧୀନ ରହିଛି । ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ନିଘା ରଖାଯାଇଛି । ଏୟାରପୋର୍ଟ ଓ ରେଳ ଷ୍ଟେସନରେ ଯାଂଚ ହେଉଛି । ଏହାସହ ସନ୍ଦିଗ୍ଧମାନଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ବିମାନବନ୍ଦରରେ ନିୟମିତ ଚେକ କରାଯାଉଛି । ବିମାନଯାତ୍ରୀମାନେ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଇ ଆସୁଛନ୍ତି । ରାଜ୍ୟରୁ ଟ୍ରେନରେ ଆସୁଥିବା ଲୋକଙ୍କର ବି ଚେକିଂ କରାଯାଉଛି । ଟ୍ରେନରେ ଯେଉଁମାନେ ଆସିବେ ଲକ୍ଷଣ ରହିଥିଲେ, ସେମାନଙ୍କର ଆରଟି ପିସି ଆର ଟେଷ୍ଟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ