ପୋଲସରାରେ ନିଯୁକ୍ତି ମେଳା

ପୋଲସରା (ଅନିଲ ମହାରଣା): ପୋଲସରା ପଞ୍ଚାୟତ ସମିତି ପକ୍ଷରୁ ସପ୍ତମ ନିଯୁକ୍ତି ମେଳା ମାର୍ଚ୍ଚ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ଯୋଗଦେଇ କାର୍ୟ୍ୟୁକ୍ରମକୁ ଉଦଘାଟନ କରିଥିଲେ। ବିଏସଏସଓ ଦାୟିତ୍ୱରେ ଥିବା ଜିପିଓ ଗୋପବନ୍ଧୁ ବେହେରାଙ୍କ ତତ୍ତ୍ୱାବଧାନରେ ଏହି ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏହି ନିଯୁକ୍ତି ମେଳାକୁ ମିଶାଇ ବ୍ଳକରେ ସାତ ଥର ନିଯୁକ୍ତି ମେଳା ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଯୁକ୍ତି ମେଳା ଗୁଡିକରେ ୧୩୪ ଜଣ ବିଭିନ୍ନ କମ୍ପାନୀ ପାଇଁ ଚୟନ ହୋଇଥିଲେ। ଆଜିର ମେଗା ନିଯୁକ୍ତି ମେଳାରେ ୧୦୨ ଜଣ ଯୁବକ ଯୁବତୀଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ନିଯୁକ୍ତି ମେଳାରେ ୧୦ ଗୋଟି କମ୍ପାନୀ ଅଂଶ ଗ୍ରହଣ କହିଥିଲେ । ବିପିଏମ ସଂଯୁକ୍ତା ସାହୁ ଉକ୍ତ ମେଗା ନିଯୁକ୍ତ ମେଳାକୁ ପରିଚାଳନା କରି ଥିଲେ। ବ୍ଳକ ସମସ୍ତ ଅଙ୍ଗନବାଡି କର୍ମୀ ,ବ୍ଳକ କର୍ମଚାରୀ ଓ ଏସ୍.ଏଚ୍.ଜି. ଗୃପ୍ର ସଦସ୍ୟାମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ