କରୋନା ତୃତୀୟ ଲହରୀକୁ ରୋକିବାପାଇଁ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କରୋନାର ତୃତୀୟ ଲହରୀର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମହେନ୍ଦ୍ର ଆଶ୍ରମର ସ୍ୱାମୀଭାସ୍କରତୀର୍ଥ (ଲକ୍ଷ୍ମୀବାବା) ଅଗଷ୍ଟ ୧୫ ତାରିଖ ଠାରୁ ଏହି କରୋନା ସଚେତନତା ଯାତ୍ରା ଆରମ୍ଭ କରିଛନ୍ତି । ଏହା ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଇତି ମଧ୍ୟରେ ଏହି କରୋନା ଜାଗରଣ ଅଭିଯାନ ବହୁ ଗ୍ରାମ ପରିକ୍ରମା କରି ପାରଳାଖେମୁଣ୍ଡି ଠାରେ ପହଞ୍ôଚଥିଲା । ସହରର ବିଭିନ୍ନ ସାହି, ବସ୍ତି ଆଦି ବୁଲି ବୁଲି ଲୋକଙ୍କଙ୍କୁ ସଚେତନତା କରିବା ସହ ପ୍ରଚାରପତ୍ର ପ୍ରଦାନ କରି ସଚେତନତା ସୃଷ୍ଟି କରୁଥିଲେ । ଏହି କାର୍ଯ୍ୟକ୍ରମରେ ବାଲମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଦୁରୀ, ସତ୍ୟନାରାୟଣ ସାହୁ ପ୍ରମୁଖଙ୍କ ଯୋଗଦେଇ ସଚେତନତା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ