କରୋନା ଯୋଗୁ ହୋଲି ଉତ୍ସବ ଫିକା ପଡ଼ିଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରଙ୍ଗ ଓ ଭାଇଚାରାର ପର୍ବ ହୋଲି ଚଳିତ ବର୍ଷ କରୋନା ସକାଶେ ଫିକା ପଡ଼ି ଯାଇଥିବା ଦେଖିବାକୁ ମିଳିଛି । ହୋଲି ଉତ୍ସବ ପୂର୍ବବର୍ଷ ପରି ରଙ୍ଗୀନ ହୋଇନଥିଲା । କରୋନା ଭାଇରସ୍ ଭୟରେ ଅଂଚଳର ଯୁବ ସମାଜ ସମେତ ଆବାଳ ବୃଦ୍ଧ ବନିତା ରଙ୍ଗ ଖେଳିବାରୁ ନିବୃତ ରହିଥିଲେ । ତଥାପି ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବହୁ ଜନସାଧାରଣ ହର୍ବାଲ ରଙ୍ଗ କିଣି ରଙ୍ଗ ଖେଳରେ ମାତିଥିଲେ । ଚଳିତ ବର୍ଷ ପୂର୍ବବର୍ଷ ପରି ହୋଲି ଉତ୍ସବରେ ଡ଼ିଜେ କିମ୍ବା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇନଥିବା ଦେଖିବାକୁ ମିଳିଥିବା ବେଳେ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ କିଛି ବ୍ୟକ୍ତି ବିଶେଷ କମ୍ ସମୟ ପାଇଁ ଉତ୍ସବ ମନାଇଥିଲେ । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଡ଼ିଜେ, ଅସାମାଜିକ କାର୍ଯ୍ୟକଳାପ, ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ