କରୋନା ଯୋଦ୍ଧାରେ ମହିଳା ଆୟୁଷ ଡାକ୍ତର ନିବେଦିତା ରାୟ ବକ୍ସି
ଗଞ୍ଜାମ, (ଓ୍ୱାଇଏନ୍ଏସ୍):ସାରବିଶ୍ୱ କରୋନା କବଳିତଥିବା ବେଳେ ତାକୁ ମାତ ଦେବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦେକ୍ଷପମାନ ଗ୍ରହଣ କରାଯାଇଛି । ଏହି କରୋନା ରୂପକ ଯୁଦ୍ଧରେ ଡାକ୍ତର ଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମି, ଅଙ୍ଗନବାଡ଼ି ଦିଦି, ଆଶାକର୍ମି, ପୋଲିସ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ମାନେ ଗୋଟାଏ, ଗୋଟାଏ ଯୋଦ୍ଧାପାଲଟି ଏହାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି । କିଏ ନିଜର ସ୍ୱାମୀ ଠାରୁ ଦୁରେଇରହିଛି , ଆଉ କିଏ ନିଜର ଛୁଆ ଓ ପରିବାର ଠାରୁ ଦୂରରେ ରହି ଲାଗିପଡିଛନ୍ତି ଲୋକଙ୍କ ସେବାରେ । ସମସ୍ତଙ୍କର ଗୋଟାଏ ଲକ୍ଷ ଯୁଦ୍ଧଜିତିବେ ଓ କରୋନାକୁ ହରାଇବେ । ଏପରି ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜମ ଅଞ୍ଚଳ ଅନ୍ତର୍ଗତ ରମ୍ଭା ଏନ.ଏନ.ସି ରେ । ଏହି ଏନ.ଏ. ସି ସ୍ଥିତ ରମ୍ଭା ସରକାରି ମେଡିକାଲ ରେ ଆୟୁଷ ଡାକ୍ତର ରୂପେ କାର୍ଯ୍ୟରତ ନିବେଦିତା ରାୟ ବକ୍ସସି , ଯିଏକି ଲକଡାଉନ ଆରମ୍ଭ ଦିନଠାରୁ ଭୁବନେଶ୍ୱର ନୟାପଲ୍ଲୀ ଠାରେ ରହୁଥିବା ସ୍ୱାମୀ ଓ ପୁଅ, ପରିବାର ଠାରୁ ଦୂରେଇ ରହୁଛନ୍ତି। ପ୍ରତିଦିନ ମେଡିକାଲରେ ରୋଗୀଙ୍କୁ ଦେଖିବା ସହ ତାଙ୍କ ଜୋନରେ ଆସୁଥିବା ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ମାକ୍ସ ପିନ୍ଧିବା, ହାତଧୋଇବା, ସମଦୁରତା ବଜାଇରଖିଥିବା , ବାହାର ଲୋକେ ଆସିଲେ ପ୍ରଶାସନକୁ ଖବର ଦେବା ନେଇ ସଚେତନତା କରିଆସୁଛନ୍ତି । ସଙ୍ଘରୋଧ କେନ୍ଦ୍ର ରେ ପ୍ରବାସି ମାନେ ରହିବା ପରେ ସେହି କେନ୍ଦ୍ରକୁ ଯାଇ ସେମାନଙ୍କୁ କରୋନାକୁ ନଡ଼ରିବା ଓ ନିଜକୁ କିପରି ପ୍ରସ୍ତୁତ ରଖିବା ନେଇ କରୁଛନ୍ତି ସଚେତନତା । କେନ୍ଦ୍ରରେ ଯେଉଁମାନଙ୍କ ସ୍ୱାସ୍ଥ୍ୟରେ କୌଣସି ଲକ୍ଷ୍ୟଣ ଦେଖାଯାଏ ସେମାନଙ୍କୁ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର କୀଟ ପିନ୍ଧିପରୀକ୍ଷା କରିଥାନ୍ତି । ଏପରିକି ନିଜର କର୍ତ୍ତବ୍ୟ ଆଗରେ ସାବିତ୍ରୀ ବ୍ରତ କୁ ଆନ୍ତରିକତା ସହ ଗ୍ରହଣ କରିବା ସହ ପଛରେ ରଖି ଆଗାମୀ ଦିନରେ ବ୍ରତ ପାଳନ କରିହେବ ମାତ୍ର ମାନବ ସେବାହିଁ ମାଧବ ସେବା ନ୍ୟାୟ ରେ ଲୋକଙ୍କ ସେବାକରିବା ଆମର କର୍ମ ଓ ଧର୍ମ ବୋଲି କହିବା ସହ ଏହିଭଳି ଭଙ୍କର ପରିସ୍ଥିତିରେ ରୋଗୀଙ୍କ ସେବା ଓ ସଚେତନତା ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି । ମହିଳା ଡାକ୍ତର ନିବେଦିତା ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂସା କରାଯାଇଛି ।


