କରୋନା ଯୋଧ୍ୟାଙ୍କ ଏକାଦଶ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ପୁରୁଣା ବ୍ରହ୍ମପୁର ନିକଟସ୍ଥ ପ୍ରହ୍ଲାଦ ନଗର ସ୍ଥିତ ମାଁ ମାଳୁଆଣି ଜନ କଲ୍ୟାଣ ସଙ୍ଘ ତରଫରୁ କରୋନା ଯୁଦ୍ଧରେ ସହିଦ ହୋଇଥିବା ଫର୍ମାସିଷ୍ଟ ଟି.ରଵି ସୁବୁଦ୍ଧିଙ୍କ ଏକାଦଶ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପିତା ସ୍ଵର୍ଗତ ଟି. ହରିଦାସ ସୁବୁଦ୍ଧି ଓ ମାତା ସ୍ବର୍ଗତ ଟି. କଲ୍ୟାଣ ସୁବୁଦ୍ଧିଙ୍କ ଠାରୁ ୨୦-୨-୧୯୬୫ ରେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତି ପରେ ସ୍ବର୍ଗତ ଶ୍ରୀ ସୁବୁଦ୍ଧି ୧୯୮୯ ମସିହାରୁ କଳାହାଣ୍ଡି ଜିଲ୍ଲାରେ ନିଜର କର୍ମମୟ ଜୀଵନ ଆରମ୍ଭ କରିଥିଲେ । ପରେ ଗଞ୍ଜାମ ଜିଲ୍ଲାର ଗୌତମି,ସିଦ୍ଧଶ୍ୱର ସୁରଙ୍ଗି ଓ ନୁଆପେଣ୍ଠ ଆଦି ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଗତ ୩୦-୮-୨୦ କୋରୋନା ଯୁଦ୍ଧରେ ପରାଜୟ ହୋଇ ସହିଦ୍ ହୋଇ ଅଞ୍ଚଳବାସୀଙ୍କୁ ଓ ପରିବାରଙ୍କୁ ଶୋକାକୁଳ ପରିବେଶ ଛାଡି ଆର ପାରିକୂ ଚାଲିଯାଇଥିଲେ । ଆଜିର ଏହି ଶ୍ରାଦ୍ଧ ଦିବସରେ ଅନିଲ କୁମାର ଚୌଧୁରୀ, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ରମେଶଚନ୍ଦ୍ର ବେହେରା, ସୀମାଞ୍ଚଳ ପୃଷ୍ଟି, ଗୋପାଳ କୃଷ୍ଣ ସାହୁ, ବିଜୟ କୁମାର ପଣ୍ଡା ଓ ସମୋନ ମହାରଣା ଉପସ୍ଥିତ ରହି ସ୍ବର୍ଗତ ଶ୍ରୀ ସୁବୁଦ୍ଧିଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ । ବିଧବା ପତ୍ନୀ ଟି.ରୁକ୍ମିଣି ସୁବୁଦ୍ଧି ଝିଅ ରୋଶନୀ ଏବଂ ପୁଅ ରୋଶନକୁ ସତସାହସ ଜଣାଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ