ଗଞ୍ଜାମ ଏନଏସି ରେ ଅମ୍ଳଜାନ ସ୍ତର ଯାଞ୍ଚ ଅଭିଯାନ ଆରମ୍ଭ
ଗଞ୍ଜାମ,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାରେ କରୋନା କୁ ମାତ ଦେବା ପାଇଁ ଓ ଏହାର ମୁକାବିଲା କୁ ଅଧିକ ବ୍ୟାପକ କରିବା ପାଇଁ ସପ୍ତାହ ବ୍ୟାପି ଅମ୍ଳଜାନ ସ୍ତର ଯାଞ୍ଚ ଆରମ୍ବ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଠାରୁ ଗଞ୍ଜାମ ଏନଏସି ରେ ଅଭିଯାନ ଆରମ୍ଭ ହୋଇଛି । ଏନଏସି ଅନ୍ତର୍ଗତ ବଡ଼ ବଜ଼ାର ହରିଜନ ସାହି ଅଙ୍ଗାନାବାଡି କେନ୍ଦ୍ର ର ହରିଜନ ସାହିରେ ଘରକୁ ଘର ଯାଇ ଲୋକଙ୍କ ପରୀକ୍ଷା କରିଥିଲେ ଅଙ୍ଗାନାବାଡି ଦିଦି,ସ୍ବାସ୍ଥ୍ୟକର୍ମି, ଶିକ୍ଷୟତ୍ରୀ, ୱାଡ଼ ଅଫିସର, ସହାୟିକା ଉକ୍ତ ସମୟରେ କାର୍ଯ୍ୟକ୍ରମ ର ଅନୁଧ୍ୟାନ କରିଥିଲେ | ତହସିଲଦାର ଅବନୀ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ, ସିଡିପିଓ ସଲୀଳା ପ୍ରଧାନ । ଅଙ୍ଗନାବାଡ଼ି ଦିଦି ବବିତା ପଣ୍ଡା ଙ୍କୁ ତହସିଲଦାର ସାହୁ ସ୍ୱାସ୍ଥ୍ୟ ଯାଞ୍ଚ ସମ୍ପର୍କରେ ପଚାରି ବୁଝିବା ଓ ଲୋକଙ୍କୁ ମଧ୍ୟ ପଚାରିଥିଲେ । ପରେ ତହସିଲଦାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଦାସ, ସିଡିପିଓ ପ୍ରଧାନ ନିଜ ନିଜର ଅମ୍ଳଜାନ ସ୍ତର ପରୀକ୍ଷା କରିଥିବାର ଦେଖାଯାଇଥିଲା । ଏଏନଏମ୍ ତପସ୍ୱୀନି ବେହେରା ଅମ୍ଳଜାନ ସ୍ତର ଯାଞ୍ଚ କରୁଥିବା ବେଳେ ଅଙ୍ଗବାଡି ଦିଦି ବବିତା ପଣ୍ଡା,ଶିକ୍ଷୟତ୍ରୀ ସସ୍ମିତା ବେହେରା,ୱାଡ଼ ଅଫିସର ବାସୁଦେବ ସୁବୁଦ୍ଧି, ସହାୟିକା ଶୈଳ ଶତପଥି ପ୍ରମୁଖ ସହଯୋଗ କରିଥିଲେ । ଏହି ଅଭିଯାନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ଫଳରେ ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଚିକିତ୍ସା ବ୍ୟବସ୍ଥା ଶିଘ୍ର କରାଯାଇପାରିବ । ଏହି ଅଭିଯାନରେ ଗୁରୁତର ରୋଗାକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା, ବରିଷ୍ଠ ନଗରିକ ମାନଙ୍କୁ ଗୁରୁତ୍ୱ ଦିଆଯିବ । କେହି ଗୁରୁତ୍ୱ ରୋଗୀ ଚିହ୍ନଟ ହେଲେ ତୁରନ୍ତ ତାଙ୍କୁ ଅମ୍ଳଜାନ ଯୋଗାଣ ସହ ଜରୁରୀ ଚିକିତ୍ସା ପାଇଁ ଡିସିଏଚ କୁ ସ୍ଥାନାନ୍ତର କରାଯିବ । କାରଣ ଆମେ ଭଲରେ ଅଛେ ତଥାପି ସତର୍କତା ଜରୁରୀ । କରୋନା ସଂକ୍ରାନ୍ତି କମିଛି, ମାତ୍ର ଭୟ ଦୂର ହୋଇନି । ଆମକୁ ସଚେତନତା ରହିବା ସହ ନିୟମ ମାନି ଚଳିବାକୁ ପଡିବ ବୋଲି ଅନୁଧ୍ୟାନ କରିଥିବା ଅଧିକାରୀ ମାନେ ଲୋକଙ୍କୁ ବୁଝାଇଥିଲେ ।


