କରୋନା ସନ୍ଧେହ କରି ଶବ ନିକଟକୁ ଯାଇନଥିଲେ ୧୪ ଘଣ୍ଟା ପଡ଼ିରହିଲା ମୃତ ଦେହ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରଶାସନ ର ଅବହେଳା ,୧୪ ଘଣ୍ଟା ଘରେ ପଡିରହିଲା ମୃତ ଦେହ।ଗ୍ରାମବାସୀଙ୍କ ଅଭିଯୋଗ ପରେ ପହଁଚିଲା ପ୍ରଶାସନ,ଗ୍ରାମବାସି ଙ୍କ ସହାୟତାରେ ରାତି ୧ଟା ରେ ହେଲା ଶବ ଦାହ।ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ବ୍ଲକ ଗୋଲାପଡ଼ା ଗ୍ରାମରେ।ସେହି ଗ୍ରାମର ଅରକ୍ଷିତ ପ୍ରଧାନ ଙ୍କ ଝିଅ ସଂଯୁକ୍ତା ସ୍ୱାଇଁ ଙ୍କ ଅଚାନକ ମୃତୁ ହୋଇଥିଲା।ମୃତୁ ବେଳକୁ ଘରେ କେବଳ ସଂଯୁକ୍ତା ମା ଉପସ୍ଥିତ ଥିଲେ।ବାପା ଅରକ୍ଷିତ ପ୍ରଧାନ ଙ୍କୁ କରୋନା ସଦିଗ୍ଧ ଭାବି ଭଞ୍ଜନଗର କୋଭିଡ କେୟାର ସେଣ୍ଟର ରେ ରଖାଯାଇଛି।ଗଲା କିଛି ଦିନ ସଂଯୁକ୍ତା ଙ୍କ ବଡ଼ ଭଉଣୀ ସରସ୍ୱତୀଙ୍କ ଦେହ ଖରାପ ଥିବା ଯୋଗୁଁ ମା ଙ୍କ ସହିତ ଭୁବନେଶ୍ୱର ର ଏକ ଚିକିତ୍ସାଳୟକୁ ଯାଇ ଚିକିତ୍ସା ହୋଇ ଫେରିଥିଲେ।ପରେ ମା ଓ ସରସ୍ଵତୀ ଙ୍କ କୋଭିଡ ପଜିଟିଭ ଆସିଥିଲା।ଏବେ କିଛି ଦିନ ହେଲା ସୁସ୍ଥ ହୋଇ ଘରକୁ ଫେରିଥିଲେ।ସେହି ପରିବାରର ସଂଯୁକ୍ତା ଙ୍କ ଅକାଳ ମୃତ୍ୟୁ ହୋଇଥିବା ଯୋଗୁଁ ଗାଁ ଲୋକ ସାହି ପଡିଶା କରୋନା ସନ୍ଧେହ କରି ଶବ ନିକଟକୁ ଯାଇନଥିଲେ।ଗାଁ ର କିଛି ଲୋକ ସ୍ଥାନୀୟ ପ୍ରଶାସନ କୁ ଯୋଗା ଯୋଗ କରିଥିଲେ।କିନ୍ତୁ ବିଳମ୍ବ ହେବାରୁ ଗ୍ରାମର ସରପଂଚ ପୁଣି ସ୍ଥାନୀୟ ପ୍ରଶାସନ କୁ ଯୋଗାଯୋଗ କରିଥିଲେ।ରାତି ୧୧ ଟା ରେ ଗ୍ରାମରେ ପ୍ରଶାସନ ଓ ଭଞ୍ଜନଗର ପୋଲିସ ପହଞ୍ଚି ଗ୍ରାମର କିଛି ଲୋକଙ୍କ ସହାୟତାରେ ରାତି ଗୋଟାଏ ରେ ସ୍ମଶାନ କୁ ନେଇ ଶବ ଦାହ କରି ଥିଲେ।


