କଲରାପତରିଆ ବାଘ ଛାଲ ଜବତ: ମୁଖ୍ୟ ଶିକାରୀ ସମେତ ୪ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଏସଟିଏଫ୍‌ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି । କ୍ରାଇମ୍‌ ବ୍ରାଞ୍ଚ ଏସଟିଏଫର ତୀକ୍ଷ୍‌ଣ ନଜରରେ ପଡ଼ିଛନ୍ତି ବାଘ ଶିକାରୀ । ନୟାଗଡ଼ ବନଖଣ୍ଡର ଅରଣିଗଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘକୁ ଗୁଳି ମାରି ହତ୍ୟା କରିଥିବା ଶିକାରୀ ଓ ତାର ଗ୍ୟାଙ୍ଗକୁ ଧରିଛି ଏସଟିଏଫ ଓ ବନ ବିଭାଗ ଟିମ୍‌ । ବାଘ ଛାଲ କିଣିବା ଆଳରେ ପ୍ରଥମେ ଜଣକୁ ଧରିବା ପରେ ଫଲବାଣୀ ଏସିଏଫ୍‌ ମଳୟ ରଂଜନ କାଲୋଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଶିକାରୀ ସମେତ ଅନ୍ୟ ତିନି ଜଣଙ୍କୁ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ କଲରାପତରିଆ ବାଘଛାଲ ଓ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ଧନୁତୀର ପ୍ରଭୃତି ଜବତ କରାଯାଇଛି । ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଶିକାରୀ ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଜୁରାଗଣ୍ଡା ଗାଁର ସୁକୁମାର କହଁର(୪୫), ରବିନାରାୟଣ କହଁର(୪୧), ନୟାଗଡ ଜିଲ୍ଲା ଗୁଡ୍ରିବାଡି ଗାଁର ରଞ୍ଜିତ କହଁର ଓରଫ ହାଡି (୩୦) ଏବଂ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ବ୍ରାହ୍ମଣପାଦ ଗାଁର ବିରେନ୍‌ ମିତ୍ର ନାଏକ(୫୫) । ଏନେଇ ଅଧିକ ତଦନ୍ତ ଚାଲିଥିବା ଶ୍ରୀ କାଲୋ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ