ଅପହଞ୍ଚ ପାଣ୍ଡିରିପଡା ଗ୍ରାମପଞ୍ଚାୟତ
ପୋଲସରା (ଯୁଗାବ୍ଦ ନ୍ୟୁଜ) ସାରା ରାଜ୍ୟରେ ସମସ୍ତ ଗରିବ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ମୈଳିକ ସମସ୍ୟା ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପିଈବା ପାଣି, ଓ ଗମନାଗମନର ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ପାଣ୍ଡିରିପଡା ଗ୍ରାମପଞ୍ଚାୟତ ଅନେକ ସ୍ଥାନରେ ରହିଛି ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଏଠାରେ ଅନେକ ବର୍ଷ ଧରି ବସବାସ କରିଆସୁଥିଲେ ମଧ୍ୟ ଏକ ଭଲ ରାସ୍ତା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସାତସପନ ହୋଇପଡିଛି । ପକ୍କା ସଡକ ନଥିବାରୁ ସ୍ଥାନୀୟ ଅଧିବାସୀମାନେ ସ୍ୱସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସାରୁ ବଞ୍ଚିତ ହେବାସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେଥିରେ କୌଣସି ପରିବର୍ତ୍ତନ ହେଉନାହିଁ । ଏପଟେ ପ୍ରଶାସନ ଏକ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ଥିବା ଜଣାପଡିଛି ।ତେବେ ଦେଖିବାକୁ ରହିଛି କେବେ ଏହି ଆଦୀବାସୀ ଗାଁକୁ ପକ୍କା ସଡକ ନିମାଣ ହେବ ।


