କଳାଭୂମି’ର ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଶୁକ୍ରବାର ‘କଳାଭୂମି’-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ ।କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟରେ ହସ୍ତଶିଳ୍ପ ଓ ହସ୍ତତନ୍ତ ପରମ୍ପରାକୁ ନେଇ ଆଠଗୋଟି ଗ୍ୟାଲେରୀ ରହିଛି । ବର୍ତମାନ ଆଉ ଦୁଇଟି ଗ୍ୟାଲେରୀ ନିର୍ମାଣାଧୀନ ଅଛି । ସେହି ଦୁଇଟି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ଓ ଓଡ଼ିଶାର ନୃତ୍ୟର କଷ୍ଟ୍ୟୁମ୍ । ଆଜି ‘କଳାଭୂମି’ ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀମତୀ ଦିଆନ ଏହି ଦୁଇଟି ନୂତନ ଗ୍ୟାଲେରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ‘କଳାଭୂମି’କୁ ଯେପରି ଅଧିକ ପର୍ଯ୍ୟଟକ ଆସିବେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମନ୍ତ୍ରୀ ଶ୍ରୀମତୀ ଦିଆନ ପରାମର୍ଶ ଦେଇଥିଲେ । ସଂପ୍ରତି କରୋନା ସଂକ୍ରମଣକୁ ଆଖିରେ ରଖି କରୋନା ଗାଇଡ୍ ଲାଇନ୍ କୁ କଡ଼ାକଡ଼ି ଭାବେ ଅନୁପାଳନ କରାଯାଇ ପରିଦର୍ଶକମାନଙ୍କ ନିମନ୍ତେ ସଂଗ୍ରହାଳୟ ବୁଲିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ