କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗଏନ୍ଦିମୁଣ୍ଡା ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା
କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଏନ୍ଦିମୁଣ୍ଡା ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା । ପ୍ରେମ ଜନିତ ସଂପର୍କରୁ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଗତକାଲି ଖଲିଆକାନୀ ଗାଁର ଦିଲ୍ଲୀପ ମେହେର ନିଜର ସାଙ୍ଗଙ୍କ ସହ ଗଏନ୍ଦିମୁଣ୍ଡା ଯାଇଥିଲେ । ସେଠାରେ କିଛିଲୋକ ସେମାନଙ୍କୁ ଘେରାଉ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ହେବାରୁ ତାଙ୍କ ସାଙ୍ଗ ସେଠାରୁ ଧାଇଁ ପଳେଇ ଯାଇଥିଲେ ଓ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକ ଦିଲ୍ଲୀପକୁ ଖୋଜାଖୋଜି କରିବା ବେଳେ ଗାଁ ମୁଣ୍ଡରେ ତାଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବା ଦେଖି ଗୋଲାମୁଣ୍ଡା ପୋଲିସକୁ ଖବର ଦେଇଥିଲେ । ଏହା ଏକ ହତ୍ୟାକାଣ୍ଡ ଵୋଲି ପରିବାର ଲୋକ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଖୋଲତାଡ ଆରମ୍ଭ କରିଛି ।


