କୋଭିଡ ନିୟମ ଅନୁଯାୟି ପ୍ରସିଦ୍ଧ ଅପରାଜିତା ପୂଜା ପରେ ଐତିହାସିକ ଦଶହରା ସମାପ୍ତ

ଜୟପୁର, (ଓ୍ବାଇଏନ୍ଏସ୍):ଐତିହାସିକ ଦଶହରା ପର୍ବ ପାରମ୍ପରିକ ରୀତି ନୀତି ଅନୁସାରେ ବିନା ଭକ୍ତଙ୍କ ସମାଗମରେ ଜୟପୁରର ଇତିହାସ ପ୍ରସିଦ୍ଧ “ଅପରାଜିତା ପୂଜା’ ସମାପ୍ତ ହୋଇଯାଇଛି । ଭୋର ସାଢେ ୩ ଘଣ୍ଟା ବେଳକୁ ଏହି ପୂଜା କୋଭିଡ ନିୟମ ଅନୁଯାୟି ଜୟପୁର ଦଶହରା ପଡ଼ିଆ ଠାରେ ସମାପନ ହୋଇଛି । ଚଳିତ ବର୍ଷ ଦଶହରା ପଡିଆରେ ରାବଣ ପୋଡି କି ଆତସବାଜି କାଯ୍ୟକ୍ରମ ନଥିବା ବେଳେ ଭକ୍ତ ମଧ୍ୟ ସିଧା ସଳଖ ମାଙ୍କୁ ଦର୍ଶନ ପାଈବାରୁ ବଞ୍ଚିତ ହୋଇଥିଲେ । ଖାଲି ମନ ବୁଝାଇବାକୁ ମନ୍ଦିର ବାହାରେ ଦୀପ ଜାଳି ଉପା ସନା କରି ଫେରିଥିଲେ । କିନ୍ତୁ ପ୍ରଶାସନ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଙ୍କ ଉଦ୍ୟମରେ ମା ଙ୍କ ରିତି ନିତି ପରମ୍ପରା ଶାନ୍ତି ଶୃଙ୍ଖଳାରେ ସମପାନ ହୋଇଛି । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଅପରାଜିତା ପୁଜାରେ ଅଧିଷ୍ଠାତ୍ରୀ ମା ଦକ୍ଷିଣ କାଳିକା, ଅଧିଷ୍ଠାତ୍ରୀ ମା ଭଗବତି, ମା ବସନ୍ତାୟୀ , କନକ ଦୁର୍ଗା ଙ୍କ ବିମାନ ୪୫ ମିନିଟ ବ୍ୟବଧାନରେ ବାହାରି ଜୟପୁର ଦଶହରା ପଡିଆରେ ପହଞ୍ଚିଥିଲା । ଦଶହା ପଡିଆରେ ୪ଟି ଅସ୍ଥାୟି ମଣ୍ଡପ କରାଯାଇ କୋଭିଡ ନିୟମ ଅନୁଯାୟୀ ମା ଙ୍କ ଅପରାଜିତା ପୁଜା କରାଯାଇଥିଲା । ଏହା ସହ ରଜାନହର ଠାରେ ବସାଯାଇଥିବା ମୃଣୟ ମୁତ୍ତିକୁ ମଧ୍ୟ ମେଲାଣି ଦିଆଯାଇଥିଲା ।ରାତ୍ର ୯ଟାରେ ପ୍ରଶାସନ ତରଫରୁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରା ଯାଇଥିବା ବେଳେ କଡା ସୁରକ୍ଷା ବଳୟରେ ଅପରାଜିତା ପୁଜାରେ ହୋମ, ଯଜ୍ଞରେ ଭୋଗ, ରାଗ ଦ୍ୱାରା ଅପରାଜିତା ପୂଜା ଅନୁଷ୍ଠିତ କରାଯାଇ ଜୟପୁର ଐତିହାସିକ ଦଶହରା ଶେଷ ହୋଇଛି । ଅବିଭକ୍ତ କୋରାପୁଟ ଜିଲା ସମେତ ଆନ୍ଧ୍ର, ଛତିଶଗଡ ର ଲୋକଙ୍କ ଭିଡ ଜମୁଥିବା ବେଳେ ଏଥର ବିନା ଭକ୍ତରେ ଦଶହରା ଶେଷ ହୋଇଛି । ପ୍ରଚଳିତ ପ୍ରଥା ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଆସିଥିବା ଲାଠି ଗୁଡ଼ିକ ବାଙ୍କମଠ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରୁଥିବା ବେଳେ ଚଳିତ ବର୍ଷ ଜୟପୁର ବ୍ଲକ ଅଧିନରେ ଥିବା ୪ରୁ ୫ଟି ମାଁଙ୍କ ପ୍ରତିକ ଲାଠିଧାରି ଆସି ଦଶହରାରେ ସାମିଲ ହୋଇ ଜୟପୁର ବାସିଙ୍କୁ ଆର୍ସିବାଦ କରି ଫେରିଥିଲେ । ଅଧିଷ୍ଟାତ୍ରୀ ମା ଙ୍କ ଶୋଭାଯାତ୍ରା ରେ ବାଜା ବାଣ, ନାଚ ଗୀତ କିଛି ନଥିବା ବେଳେ ଖାଲି ମହୁରି ଓ ଘଣ୍ଟରତାଳେ ତାଳେ ନିତିକାନ୍ତ ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ