କଳାହାଣ୍ଡି ର ଛବି କୁ ବିକୃତ କରି ଲେଖିବା ଘଟଣାକୁ ଘୋର ନିନ୍ଦା କରାଯାଇଛି

କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଆଜି କଳାହାଣ୍ଡି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏନସିଆରଟି ଦ୍ବାରା ପ୍ରକିଶିତ ସିବିଏସସି ର ପଞ୍ଚମ ଶ୍ରେଣୀ ପରିବେଶ ବିଜ୍ଞାନ ପାଠ୍ୟପୁସ୍ତକ ରେ କଳାହାଣ୍ଡି ର ଛବି କୁ ବିକୃତ କରି ଲେଖାଯିବା ଘଟଣା କୁ ଘୋର ନିନ୍ଦା କରାଯାଇଛି । ଏହାସହ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) ର ନିର୍ଦ୍ଧେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନ ଙ୍କ ଜରିଆରେ ଦିଆଯାଇଛି । ନବେ ଦଶକରେ ସାମ୍ବାଦିକ ପି. ସାଇନାଥ ରିସର୍ଚ୍ଚ କରି ‘ଏଭ୍ରିବଡି ଲଭସ୍ ଏ ଗୁଡ ଡ୍ରଟ’ ବହି ଲେଖିଥିଲେ । ସେ ବହିରୁ ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ସମ୍ପ୍ରଦାୟର ଜଣେ ମହିଳାଙ୍କ ଫଟୋ ଛପାଯିବା ସହ କଳାହାଣ୍ଡି ର ଛବି କୁ ଦାରିଦ୍ର୍ୟ ଓ ଭୁକମରି ର ଭୂଖଣ୍ଡ ଭାବେ ଚିତ୍ରଣ କରାଯାଇଛି । କଳାହାଣ୍ଡିର ସ୍ବାଭୀମାନ ପ୍ରତି ଆଞ୍ଚ ଆସୁଥିବା ବିଷୟକୁ ବହିରୁ ନ ହଟାଇଲେ ଆନ୍ଦୋଳନ କରାଯିବ ବୋଲି କଳାହାଣ୍ଡି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ସହ ଆବାହକ ଅବିନାଶ ଠାକୁର, ବରିଷ୍ଠ ଆଇନଜୀବି ଭବେନ୍ଦ୍ର ପଣ୍ଡା, କମିଟି ସଦସ୍ୟ ଅଶ୍ବୀନି କୁମାର ଦାସ, ମଣ୍ଟୁ ନାଏକ, ଜୟଶଙ୍କର ନାଏକ, ରାଜେନ୍ଦ୍ର ମୁଣ୍ଡ, ସତ୍ୟ ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ