କାର୍ତ୍ତିକ ପଞ୍ଚୁକରେ ପଞ୍ଚ ରାସ ଉତ୍ସବ
ସନ୍ତୋଷ କୁମାର ଦାଶ
ଧର୍ମ ମାସ କାର୍ତ୍ତିକ ର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହା ଯାଉଥିବା ବେଳେ ଏହି ପାଞ୍ଚ ଦିନ ସନ୍ଧ୍ୟାରେ ବିଭିନ୍ନ ମଠ ଓ ମନ୍ଦିର ମାନଙ୍କ ରେ ରାସ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ଯାହାକୁ ପଞ୍ଚ ରାସ ଉତ୍ସବ କୁହା ଯାଇଥାଏ। କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣିମା ପର୍ଯ୍ୟନ୍ତ ଏହି ରାସ ଉତ୍ସବ ଅନୁଷ୍ଠିତ ହେଉଥିବାରୁ କାର୍ତ୍ତିକ ପୂର୍ଣ୍ଣିମା କୁ ରାସ ପୂର୍ଣ୍ଣିମା ବୋଲି ମଧ୍ୟ କୁହା ଯାଇଥାଏ। ବିଭିନ୍ନ ମଠ ଓ ମନ୍ଦିର ରେ ରାସ ଉତ୍ସବ ପାଇଁ ସ୍ବତନ୍ତ୍ର କୁଞ୍ଜ ପ୍ରସ୍ତୁତ କରାଯାଇ ଥାଏ। ସନ୍ଧ୍ୟାରେ ମଠ ଓ ମନ୍ଦିର ରେ ପୂଜା ପାଉଥିବା ଶ୍ରୀ ରାଧାରାଣୀ ଓ ଶ୍ରୀ କୃଷ୍ଣ ଙ୍କ ପ୍ରତିମା ଙ୍କୁ ଶୋଭାଯାତ୍ରା ରେ ଆଣି ପୁର୍ବରୁ ପ୍ରସ୍ତୁତ ସୁସଜ୍ଜିତ କୁଞ୍ଜ ରେ ବିଜେ କରା ଯାଇଥାଏ। କୁଞ୍ଜ ସମ୍ମୁଖ ରେ ଶରତ ରାସ ପୁସ୍ତକ ରୁ ପ୍ରତ୍ୟେକ ଦିନ ଗୋଟିଏ ଅଧ୍ୟାୟ ପାଠ କରା ଯାଇଥାଏ। ଶରତ ରାସ ପୁସ୍ତକ ପାଠ ପରେ ଶ୍ରୀ ରାଧା କୃଷ୍ଣ ଙ୍କୁ ବାଳ ଭୋଗ ଲାଗି ଓ ବନ୍ଦାପନା କରା ଯାଇଥାଏ। ଶେଷରେ ଶୋଭା ଯାତ୍ରାରେ ଶ୍ରୀ ରାଧା କୃଷ୍ଣ ଙ୍କୁ ମନ୍ଦିର ଭିତରକୁ ନିଆଯାଇ ତାଙ୍କ ପୂର୍ବ ଆସ୍ଥାନ ରେ ବିଜେ କରା ଯାଇଥାଏ।
କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସ ଉତ୍ସବ ଶେଷ ହୋଇଥାଏ। ସାରା ଜଗତ ପ୍ରେମ ର ବଶ। ପ୍ରେମ ରେ ବନ୍ଧା ଶ୍ରୀ ପରମାନନ୍ଦ। ଶ୍ରୀ ରାଧା କୃଷ୍ଣ ହିଁ ପ୍ରେମ ର ସ୍ୱରୂପ। ମାନବ ରୂପରେ
ଅବତରୀ ଶ୍ରୀ କୃଷ୍ଣ ଗୋପ ରେ ଗୋପୀ ଓ ଶ୍ରୀ ରାଧା ଙ୍କ ସହିତ ଯେଉଁ ଦିବ୍ୟ ଲୀଳା ରଚିଥିଲେ ତାହା ହିଁ ରାସ ଲୀଳା ବା ଉତ୍ସବ। ମୁନି ଋଷି ଗଣ ଙ୍କ ପ୍ରାର୍ଥନା ଶୁଣି ସେମାନଙ୍କ ଇଚ୍ଛା କୁ ପୁର୍ଣ୍ଣ କରିବାକୁ ଦ୍ଵାପର ଯୁଗ ରେ ଭଗବାନ ଶ୍ରୀ କୃଷ୍ଣ ଏହି ରାସ ଲୀଳା ରଚିଥିଲେ।ଶ୍ରୀ ମଦ ଭାଗବତ ଅନୁସାରେ ଶ୍ରୀ କୃଷ୍ଣ ହିଁ ପରମ ପୁରୁଷ। ଆଉ ସମସ୍ତେ ନାରୀ। ଅର୍ଥାତ ଭଗବାନ ଶ୍ରୀ କୃଷ୍ଣ ହିଁ ପରମାତ୍ମା ଆଉ ସମସ୍ତେ ଆତ୍ମା। ଆତ୍ମା ଚାହେଁ ମୋକ୍ଷ ପ୍ରାପ୍ତ ହୋଇ ପରମାତ୍ମା ଙ୍କ ସହିତ ମିଶି ଯିବା ପାଇଁ। ଏହାହିଁ ରାସ ଲୀଳା ର ଗୁଢ଼ ରହସ୍ୟ ବା ତତ୍ତ୍ଵ। ଭଗବାନ ଶ୍ରୀ କୃଷ୍ଣ ଙ୍କ ଏହି ଲୀଳା କୁ ମନେ ପକାଇ ଓ
ତାଙ୍କ ପାଦ ପଦ୍ମ ରେ ବିଲୀନ ହେବା କୁ ଇଚ୍ଛା ପ୍ରକାଶ କରି ବୈଷ୍ଣବ ଭକ୍ତ ମାନେ କାର୍ତ୍ତିକ ମାସ ର ପଞ୍ଚୁକ ରେ ଅନୁଷ୍ଠିତ କରିଥାନ୍ତି ପଞ୍ଚ ରାସ ଉତ୍ସବ। ଯାହା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ରହି ଆସିଛି କାହିଁ କେତେ କାଳରୁ। ଜୟ ଶ୍ରୀ ରାଧେ କୃଷ୍ଣ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।


