କାର ଧକ୍କାରେ ୨ ଜଣ ମୃତ ୧ ଗୁରୁତର , ଗାଡ଼ି ଅଟକ ଡ୍ରାଇଭର ଅଟକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ପୋଡାମାରୀ ବସଷ୍ଟାଣ୍ଡରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଯୁବକଙ୍କ ଉପରେ ଏକ ଦ୍ରୁତଗାମୀ କାର ମାଡ଼ି ଯିବା ଫଳରେ ଦୁଇ ଜଣ ଙ୍କ ମୃତ୍ରୁ ହୋଇଥିବା ବେଳେ ଜଣେ ଅନ୍ଯ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମୃତକ ଦ୍ବୟ ହେଲେ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର ସିମାଞ୍ଚଳ ପ୍ରଧାନ (୫୫), ପିତା : ଅର୍ଜୁନ ପ୍ରଧାନ ପି . ରାମଚନ୍ଦ୍ରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ନିରଞ୍ଜନ ମହାନ୍ତି(୪୦) ।ପିତା: ବିମ୍ବାଧର ସେହିପରି ଗୁରୁତର ଆହତ ଜଣକ ହେଲେ ପଦ୍ମପୁର ଗ୍ରାମର ଅମୀୟ ନାୟକ । ସୂଚନା ପ୍ରକାରେ ମଙ୍ଗଳବାର ବିଳମ୍ବିତ ରାତି ସାଢ଼େ ୧୧ ଘଣ୍ଟା ସମୟରେ ନିରଞ୍ଜନ ଓ ଅମୀୟ ଭୁବନେଶ୍ୱର ଯିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଦିଗପହଣ୍ଡିରୁ ମୋହନା ଅଭିମୁଖେ ଯାଉଥିବା ଦ୍ରୁତଗାମୀ କାର ( ଓଡି ୦୭ ଏ କେ ୯୯୭୪) ଆସି ଉଭୟଙ୍କୁ ଧକ୍କା ଦେବା ପରେ ସିମାଞ୍ଚଳ ସ୍ବାଇଁଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ଉପସ୍ଥିତ ଡାକ୍ତର ସିମାଞ୍ଚଳ ଓ ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହ ଗୁରୁତର ଅମୀୟଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାରଟିକୁ ପୋଡାମାରୀ ଗ୍ରାମ ଠାରୁ ଅଳ୍ପ ଦୂରରେ ଥିବା ରାଜନାପଲ୍ଲୀ ଗ୍ରାମ ରାସ୍ତାରୁ ଜବତ କରିଥିବା ବେଳେ ଗାଡ଼ି ଡ୍ରାଇଭର ଆଶିଷ କୁମାର ସ୍ବାଇଁ ପାଟପୁର ଥାନାରେ ଅଟକ ରହିଥିବା ପୋଲିସ ସୂଚନା ଦେଇଛନ୍ତି । ଘଟଣା ପରେ ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ଶବ ଦୁଇଟି ଜବତ କରି ଥାନା ମାମଲା ନଂ ୭୪୪/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ତଦନ୍ତ ଚାଲିଥିବାଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।


