କାଳିଆ ସାଅନ୍ତଙ୍କୁ ଅତି ଆକର୍ଷଣୀୟ ଟାହିଆ ସମର୍ପଣ

ଆସିକା  (ୱାଇଏନ୍‍ଏସ୍‍) : ଆଷାଢ ଶୁକ୍ଳ ଦ୍ୱିତୀୟ ତିଥିରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଜଗତକର୍ତ୍ତା ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରା ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । କୋଟି କୈବଲ୍ୟନାଥ ଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ସନ୍ଧ୍ୟା ସୁଦ୍ଧା ଆଡପ ମଣ୍ଡପ ଗୁଡିକରେ ପହଞ୍ଚିଥିଲେ । ଆସିକା ପୌର ପରିଷଦ ଅଧିନସ୍ଥ ୬ ନମ୍ବର ୱାର୍ଡର ଗୋଲାସାହିର ଶ୍ରଦ୍ଧାଳୁ ଭକ୍ତ ତାରିଣୀ ଆଚାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ଆଧ୍ୟାତ୍ମିକପ୍ରେମୀ ଜିତେନ୍ଦ୍ର କୁମାର ମହାରଣା, ସତୀଶ୍‍ କୁମାର ଆଚାରୀ, କାହ୍ନା ଆଚାରୀ, ସାଗର ମହାପାତ୍ର, ସନ୍ତୋଷ ମହାରଣା, ସନ୍ମୁଖ୍‍ ଆଚାରୀ, ଶୁଭମ୍‍ ପାତ୍ର, ଶୁଭମ୍‍ ସାହୁ, କେ.ମଣିକାନ୍ତା ଆଚାରୀ, କାଳିଆ ଆଚାରୀ, ରାଜା ଆଚାରୀଙ୍କ ଭଳି ବହୁ ଯୁବ ପିଢୀଙ୍କ ସକ୍ରିୟ ସହଯୋଗରେ ମୟୂରପିଞ୍ଛ, ବାଉଁଶ, ବେତ, ସୋଲ, ତୁଳସୀମାଳ, ଇଟିମଳା ଫୁଲମାଳ ସମେତ ଅନ୍ୟାନ୍ୟ ସାମଗ୍ରୀରେ ପ୍ରସ୍ତୁତ କରାଯାଇଥିବା ଆକର୍ଷଣୀୟ ଟାହିଆକୁ ସୁନାମ୍ବ ସାହି ଜଗନ୍ନାଥ ମନ୍ଦିରରେ ବିଜେ କାଳିଆ ସାଅନ୍ତଙ୍କ ଭକ୍ତିପୁତ ସହକାରେ ସମର୍ପଣ କରାଯାଇଥିବା ଦେଖବାକୁ ମିଳିଛି । ଆସିକା ପୌର ପରିଷଦର ଗୋଲାସାହି ଶ୍ରଦ୍ଧାଳୁ ଯୁବପିଢୀଙ୍କ ଏହି ଆଧ୍ୟାତ୍ମିକ ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ରଙ୍ଗବେରଙ୍ଗର ଫୁଲ ଓ ତୁଳସୀମାଳ ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀରେ ପ୍ରସ୍ତୁତ ଟାହିଆଟି ଅତି ଆକର୍ଷଣୀୟ ହୋଇଥିଲା ବେଳେ ଏହା ଶ୍ରଦ୍ଧାଳୁ ଭକ୍ତଙ୍କ ମନ ମୋହିଥିବା ଦେଖିବାକୁ ମଧ୍ୟ ମିଳିଥିଲା । ସୁନାମ୍ବ ସାହି ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଦାରୁବ୍ରହ୍ମ ଏହି ଆକର୍ଷଣୀୟ ଟାହିଆକୁ ନିଜ ମସ୍ତକରେ ଧାରଣ କରି ଝୁଲି ଝୁଲି ରଥ ଅଭିମୁଖେ ଆସୁଥିବା ବେଳେ ଏହା ଶୋଭାବର୍ଦ୍ଧନ କରିଥିଲା । ଜଗତକର୍ତ୍ତା ଜଗନ୍ନାଥଙ୍କ ମସ୍ତକରେ ଟାହିଆ ଲାଗୁ ହେବା ପରେ ଦାରୁଦଅଁଙ୍କ ପହଣ୍ଡି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ଗୋଲା ସାହିର ଉତ୍ସାହୀ ଆଧ୍ୟାତ୍ମିକପ୍ରେମୀ କେତେକ ଯୁବପିଢୀ ଆଗ୍ରହର ସହକାରେ ଦାରୁଦିଅଁଙ୍କ ପାଇଁ ପ୍ରସ୍ତୁତ କରିଥିବା ଆକର୍ଷଣୀୟ ଟାହିଆ ପହଣ୍ଡିର ମୁଖ୍ୟ ଆକର୍ଷଣ ସାଜିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ