କାଳବୈଶାଖୀ ପ୍ରଭାବରେ ପବନ ଓ ବର୍ଷା ବିତ୍ପାତ, ବ୍ୟାପକ କ୍ଷୟକ୍ଷତି

କୋଦଳା, (  ଗୁଲସନ୍ କୁମାର କର) :ଗଂଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡ଼ା ଅଂଚଳରେ ଶୁକ୍ରବାର ରାତିରେ ବର୍ଷା ପବନ ସାଙ୍ଗକୁ କୁଆ ପଥର ମାଡ଼ ହୋଇଛି । ପ୍ରବଳ ବର୍ଷା ସହିତ ପବନ ହୋଇଥିବା ବେଳେ ବେଗୁନିଆପଡ଼ା ବ୍ଲକର ବହୁ ସ୍ଥାନରେ କୁଆ ପଥର ମାଡ଼ ହୋଇଛି । କିଛି କିଛି ଜାଗାରେ ଗଛ ଭାଙ୍ଗିଥିବା ବେଳେ କୁଆ ପଥର ମାଡ଼ରେ ପନିପରିବା ଚାଷ ବ୍ୟାପକ ନଷ୍ଟ ହୋଇଛି।ଖଣ୍ଡିଆନଈ ପଞ୍ଚାୟତର ତିରିଡା ଗ୍ରାମରେ କିଛି ଟିଣ ଘର ଗୁଡିକର ଛପର ଉଡିଯାଇଥିଲା ବେଳେ କାନ୍ଥ ମଧ୍ଯ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଗ୍ରାମର ଗୁଣ୍ଡିଚା ସାହୁଙ୍କ ଘର ଛପର ସଂପୂର୍ଣ୍ଣ ଉଡିଯାଇ କାନ୍ଥ ଭୁଷୁଡି ପଡିଥିବା ବେଳେ ଗ୍ରାମର ଅନୀଲ ଗୌଡ଼, ବସନ୍ତ କୁମାର ପଟ୍ଟନାୟକ, ଅହଲ୍ୟା ଭୂୟାଁ, ପରୁ ସାହୁଙ୍କ ଘରର ଟିଣ ମଧ୍ୟ ଉଡିଯାଇଛି। ଖାଲି ଖଣ୍ଡିଆନଈ ପଞ୍ଚାୟତ ନୂହେଁ ବହୁ ପଞ୍ଚାୟତରେ କାଳ ବୈଶାଖୀ ପ୍ରଭାବରେ ବ୍ଯାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି। ବର୍ଷା ପବନରେ ବିଜୁଳି ଖୁଣ୍ଟ ଗୁଡିକ ପଡି ଯାଇଥିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଖବର ଲେଖା ହେଲା ସୁଧା ବିଦ୍ୟୁତ ଯୋଗାଣରେ ସୁଧାର ଆସିନଥିବା ଜଣାପଡିଛି। ଗୋଟିଏ ପଟେ କରୋନାକୁ ନେଇ ଲୋକମାନଙ୍କ ନିଦ ହଜି ଯାଇଥିଲା ବେଳେ ଏବେ କାଳ ବୈଶାଖୀର ତାଣ୍ଡବରେ ସାଧାରଣ ଗରିବ ଲୋକଙ୍କ ହଂସା ଉଡିଯାଇଛି। ସ୍ଥାନୀୟ ତହସିଲଦାର ଏନେଇ ଅନୁଧ୍ୟାନ କରିବା ସହ ସହାୟତା ପ୍ରଦାନ କରିବା ପାଇଁ ଦାବି କରାଯାଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ