କାଶୀନଗର ବ୍ଲକରେ ବିଜେଡି ଅଧ୍ୟକ୍ଷା ପଦବୀ ହାତୋବା ସୁନିଶ୍ଚିତ
ପାରଳାଖେମୁଣ୍ଡି. (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଅଧ୍ୟକ୍ଷା ପଦବୀ ବିଜେଡି ନିଶ୍ଚିତ ହାତୋଇବ ବୋଲି ସୁନିଶ୍ଚିତ ହୋଇଯାଇଛି । ବ୍ଲକର ୧୨ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ୯ଟି ପଞ୍ଚାୟତରେ ବିଜୟୀ ହୋଇ ଅଧ୍ୟକ୍ଷା ନିମନ୍ତେ ଦାବିଦାର ରହିଛି । ବ୍ଲକର ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗ ମହିଳାଙ୍କ ନିମନ୍ତେ ସଂରକ୍ଷିତ । ବ୍ଲକର ଖାରଡା ଓ କେ.ସୀତାପୁର ପଞ୍ଚାୟତରୁ ଦୁଇ ମହିଳା ବିଜେଡି ସମର୍ଥନରେ ନିର୍ବାଚିତ ହୋଇଛନ୍ତି । ଖାରଡା ପଞ୍ଚାୟତ ସଭ୍ୟା କଲ୍ୟାଣୀ ସୋଡାୱାରପୁ ଓ କେ.ସୀତାପୁର ସମିତିସଭ୍ୟା ସାୟାମ୍ମା ବାଲା ବିଜୟୀ ହୋଇ ଅଧ୍ୟକ୍ଷ ପଦବୀ ନିମନ୍ତେ ଦାବିଦାର ଅଟନ୍ତି । ସୀତାପୁର ସମିତିସଭ୍ୟା ଜେଣେ ଉଚ୍ଚ ଶିକ୍ଷିତା ଓ କର୍ମୀ ଭାବରେ ସୁନାମ ରହିଛି । ସେହିପରି ଖାରଡା ପଞ୍ଚାୟତରୁ ନିର୍ବାଚିତ ସବୟା କଲ୍ୟାଣୀ ବ୍ଲକର ଜଣେ ଟାଣୁା ନେତା, ପୁରାତନ ବ୍ଲକ ସଦସ୍ୟଙ୍କ ସ୍ତ୍ରୀ ଓ ତାଙ୍କୁ ଅଧ୍ୟକ୍ଷା ନିମନ୍ତେ ହାଇକମାଣ୍ଡ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି । ବ୍ଲକର ନିର୍ବାଚନ ମଙ୍ଗ ଧରିଥିବା ଡ.ତିରୁପତି ପାଣିଗ୍ରହାୀ, ଜିଲ୍ଲାପରିଷଦ ସଦସ୍ୟ ଜି.ତିରୁପତି ରାଓ ଖାରଡା ନବ ନିର୍ବାଚିତ ସରପଞ୍ଚ ପୁରୁଖା ନେତା ଅଖିଳ ପଟ୍ଟନାୟକ କାହାକୁ ବାଛିବେ ସେ ହିଁ ଅଧ୍ୟକ୍ଷା ଆସନ ଅଳଙ୍କୃତ କରିବା ଚର୍ଚ୍ଚା ହେଉଛି । ଏଠାରେ ଭାଜପା ଓ କଂଗ୍ରେସ ମାତ୍ର ତିନୋଟି ଆସନ ନେଇଛି ।


