ଯୁବ ସାମ୍ବାଦିକ ସଂଗ୍ରାମ ସରପଞ୍ଚ ଆସନରେ ବିଜୟୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ୧୫ନଂ.ଜୋନ ଅଧିନ ଟିଲୋ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଯୁବ ସାମ୍ବାଦିକ ତଥା ଆଇନଜୀବି ସଂଗ୍ରାମ କେଶରୀ ଜେନା ୨୫୦ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଉଚ୍ଚ ଶିକ୍ଷିତ ସଂଗ୍ରାମ ଦୀର୍ଘ ୨୦ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ଏଥିସହିତ ସେ ଆଇନଜୀବି ଭାବେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ବହୁ ସମୟରେ ସେ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡିତ ରହି ଆସିଛନ୍ତି । ଆଜି ସେ ସିଧାସଳଖ ସାଧାରଣଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି । ଉକ୍ତ ପଞ୍ଚାୟତର ସାଧାରଣଲୋକଙ୍କ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି ।


