କାଶୀନଗର ବ୍ଲକରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚସରିବ କେବେ?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରମାଣ ପତ୍ର ଯାଞ୍ଚ କାର୍ଯ୍ୟକ୍ରମରେ ଶିଥିଳତା ଯୋଗୁଁ ଏହା କେବେ ଶେଷ ହେବ ବୋଲି ପ୍ରଶ୍ନ ଉଠିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ସମୟରେ ଯାଞ୍ଚ କାର୍ଯ୍ୟକ୍ରମକୁ ସମାପନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଶିକ୍ଷା ବିଭାଗର କର୍ମଚାରୀଙ୍କ ଶିଥିଳତା ଯୋଗୁଁ ଯାଞ୍ଚ କାର୍ଯ୍ୟକ୍ରମରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ଗତ ଅଗଷ୍ଟ ୧୩ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଗୋଷ୍ଠୀ ଶିକ୍ଷାଧିକାରୀମାନଙ୍କୁ ଏକ ଚିଠି କରାଯାଇଥିଲା । ଉକ୍ତ ଚିଠିରେ ଦର୍ଶା ଯାଇଥିଲା ଯେ, ପୂର୍ବରୁ ୨୦୧୬ ଓ ୨୦୧୯ରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଲିମ୍ ଯୋଗ୍ୟତାର ପ୍ରମାଣପତ୍ର ଯାଞ୍ଚ କରାଯାଉ । ବିଶେଷ କରି ଓଡିଶା ବାହାରର ବିଭିନ୍ନ ଶିକ୍ଷା ବୋର୍ଡ, ବିଶ୍ୱ ବିଦ୍ୟାଳୟରୁ ପ୍ରମାଣପତ୍ର ଆଣି ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇ ଉଲ୍ଲିଖିତ କାର୍ଯ୍ୟ ନିଦ୍ଧିଷ୍ଟ ସମୟ ସୀମା ଭୀତରେ ସାରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଶିକ୍ଷା ବିଭାଗୀୟ ଅଧିକାରୀମାନେ କିନ୍ତୁ ସେତେବେଳେ ଚୁପ୍ ରହିଥିଲେ । ତେଣୁ ଓଡିଶା ସରକାରଙ୍କ ଜଣେ ଆଡିସିନାଲ୍ ସେକ୍ରେରାଟାରି ରଘୁରାମ ଆର୍‌.ଆୟାର ଚଳିତବର୍ଷ ଅଗଷ୍ଟରେ ପୁଣି ଏକି ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଗତ ୩୦.୦୯.୨୦୨୧ରିଖ ସୁଦ୍ଧା ପ୍ରମାଣପ୍ତର ଯାଞ୍ଚ କାର୍ଯ୍ୟ ସାରିବାକୁ ଚିଠି ଲେଖିଛନ୍ତି । ତେବେ ଯାଞ୍ଚ ବେଳେ କୋଭିଏସ୍‌, ଏନ୍‌ଭିଏସ୍‌, ଆଇଜିଏନ୍‌ଓୟୁ ଓ ଆର୍‌ଆଇର ପ୍ରମାଣପତ୍ର ଗ୍ରହଣୀୟ ବୋଲି ଆଡିସିନାଲ ସେକ୍ରେଟାରି ନିଜ ଚିଠିରେ ଶିକ୍ଷାଧିକାରୀମାନଙ୍କୁ ଜଣାଇଥିବା ବେଳେ କାଶୀନଗର ବ୍ଲକରେ ଉକ୍ତ କର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଜଣାପଡିଛି । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଲିମ୍ ଯୋଗ୍ୟତା ପ୍ରମାଣ ପତ୍ରର ଫଟୋ କପି ସଂଗ୍ରହ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ ହୋଇଛି ଓ ଉକ୍ତ ବେସ୍‌ରୁ ପମାଣପତ୍ର ଗୁଡିକ ସମ୍ପୂକ୍ତ ଅନୁଷ୍ଠାନ ଗୁଡିକୁ ପଠାଯିବ । ଚଳିତ ମାସ ୨୧ ତାରିଖ ସୁଦ୍ଧା ଏତିକି ମାତ୍ର କାମ ହୋଇଥିବାରୁ ନିର୍ଦ୍ଧିଷ୍ଟ ସମୟ ସୀମା ୩୦ ତାରିଖରେ ଏହି କାମ କେମିତି ସରିବ କିପରି ବୋଲି ପ୍ରଶ୍ନ ଉଠିଛି । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ନାହିଁ ବୋଲି ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଓ ଏହା ପଛରେ କିଛି ଅସତ୍ୟ ଉଦ୍ଦେଶ୍ୟ ଥାଇପାରେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ