ବିଶ୍ୱ ସ୍ମରଣଶକ୍ତି ହୀନତା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଇନଚାର୍ଜ ଡ.ପତିତପାବନ ବାରିକଙ୍କ ଅଧ୍ୟକ୍ଷତାରେ ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ସଂଯୋଜନାରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ଅନଙ୍ଗ ସୁଦନ ଭୂୟାଁ ଓ ଡ. ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆଲଝିମର୍ସ ତଥା ସ୍ମରଣଶକ୍ତି ହୀନତା ଏକ ମାନସିକ ରୋଗ ଓ ଏହା ଅଦୃଶ୍ୟ ମସ୍ତିଷ୍କ ବ୍ୟାଧି, ଯାହାକି ଧୀରେ ଧୀରେ ସ୍ମତିଶକ୍ତିକୁ ନଷ୍ଟ କରିଥାଏ ଓ ବ୍ୟକ୍ତିର ଚିନ୍ତାଧାରକୁ ହ୍ରାସ କରିଥାଏ । ଅଧିକାଂଶରେ ଏହା ୬୦ରୁ ଉର୍ଦ୍ଧ ବର୍ଷ ବୟସର ଲୋକଙ୍କୁ ହୋଇଥାଏ ଏବଂ ଏହି ରୋଗ ନିଜ ଅକ୍ତିଆରକୁ ଆଣିଥାଏ । ୬୦ ବର୍ଷ ବୟସ ହୋଇଯିବା ପରେ ଏହି ରୋଗ ଧୀରେ ଧୀରେ ବୃଦ୍ଧିପାଇ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କ୍ଷେତ୍ରରେ ସଙ୍କୁଚିତ ହୋଇ ଜମାଟ ବାନ୍ଧି ଦେଇଥାଏ । ଏଭଳି ହେବା ଫଳରେ ମସ୍ତିଷ୍କ ଆଉ ଠିକ ଭାବେ କାମ କରେନି ସ୍ମରଣ ତଥା ସ୍ମୃତିଶକ୍ତି ଚାଲିଯାଏ ଓ ଚିଡଚିଡା ଲାଗିରହେ । ଏତଦବ୍ୟତୀତ ବ୍ୟକ୍ତିର ସ୍ମୃତିଶକ୍ତି, ଚିନ୍ତା କାର୍ଯ୍ୟକରିବା କ୍ଷମତା ଓ ଦୈନନ୍ଦିନ ଜୀବନଶୈଳୀ ଉପରେ ବିଶେଷ ପ୍ରଭାବ ପକାଇଥାଏ ବୋଲି କହିଥିଲେ । ଏହି ଅବସରରେ ଚଳିତ ବର୍ଷର ଥିମ ତଥା ବାର୍ତ୍ତା ରହିଛି ଯେ, “ଏକତ୍ର ଆମେ ନିଶ୍ଚିତ କରିପାରିବା” ଯେ କେହି ଏକାକୀ ମାନସିକ ବିକୃତି ରୋଗର ସମ୍ମୁଖୀନ ହେବେ ନାହିଁ । ଆମକୁ ସେମାନଙ୍କ ବଲି ସମ୍ପ୍ରଦାୟର ଲୋକଙ୍କ ନିକଟରେ ପହଞ୍ôଚବା ଆବଶ୍ୟକତା ରହିଛି ଯେ ସେମାନେ ଏକୁଟିଆ ନୁହଁନ୍ତି । ଅନ୍ୟପକ୍ଷରେ ଏହି ଆଲଝିମର୍ସ ତଥା ସ୍ମରଣଶକ୍ତି ହୀନତା ରୋଗ ସମ୍ପର୍କରେ କିଭଳି ଲୋକମାନଙ୍କ ମଧ୍ୟରେ ସଚେତନତା ଭାବ ଜାଗ୍ରତ ଓ ସୃଷ୍ଟି ହେବ, ସେଥିପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ କେନ୍ଦ୍ରରର ବିପିଏମ୍ ଏମ୍‌.ଖଗେଶ୍ୱର ଏବଂ ବିଏଏମ ଏନ୍‌.ଶ୍ରୀନିବାସାଲୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ