ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାଶ):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ହେଉଛି ଶ୍ରୀଚନ୍ଦନ ଦାସ । ସେ ତାଙ୍କ ବାପା ଭରତ ଦାସଙ୍କ ସହ କେନ୍ଦ୍ରାପଡ଼ା ସହରର ବାସୁଳେଇ ଗ୍ରାମରେ ରହୁଥିବା ବେଳେ ତାଙ୍କ ଘର ଡେରାବିଶ ବ୍ଲକ ଅନ୍ତର୍ଗତ ରାଇତୁଣ୍ଡି ଗ୍ରାମରେ । ତାଙ୍କ ବାପା ଜଣେ ଦିନ ମଜୁରିଆ । ଶ୍ରୀଚନ୍ଦନଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସେ ତାଙ୍କ ଜମି ବିକ୍ରି କରିବାକୁ ଚାହୁଁଥିଲେ । ସେ ଜଣେ ଅନୁସୂଚିତ ଜାତିର ଯୁବକ ହୋଇଥିବାରୁ ତାଙ୍କ ଜମି ବିକ୍ରୀ ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ । ତେଣୁ ସେ ଏଥିନିମନ୍ତେ ଆବେଦନ କରିବା ସାହିତ ଗତ ଦୁଇ ବର୍ଷ ହେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡୁଥିଲେ । ବିଭିନ୍ନ ସମୟରେ ଅନୁସୂଚିତ ଜାତିର ଲୋକମାନଙ୍କ ଜମି ବିକ୍ରୀ ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନୁମତି ପ୍ରଦାନ କରୁଥିବା ବେଳେ ତାଙ୍କ ଜମି ବିକ୍ରୀ ନିମନ୍ତେ ଆବଶ୍ୟକ ଅନୁମତି ପ୍ରଦାନ ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟର କିରାଣୀମାନେ ତାଙ୍କୁ ଅର୍ଥ ମାଗୁଥିଲେ । ହେଲେ ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥ ଲାଞ୍ଚଦେବା ପାଇଁ ସକ୍ଷମ ହେଉନଥିଲେ । ଫଳରେ ସେ ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ମଧ୍ୟ ଏନେଇ ଉପଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏହାଦ୍ୱାରା ସେ ମାନସିକ ଭାବେ ଭାଙ୍ଗି ପଡିଥିଲେ । ବାରମ୍ବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୈାଡି  ନିରାଶ ହେବାରୁ ସେ ଶେଷରେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପର ମହଲାକୁ ଯିବାକୁ ଥିବା ଷ୍ଟିଲ ରେଲିଂରେ ଏକ ଗାମୁଛା ତଣ୍ଟିରେ ଭିଡି ଆତ୍ମହତ୍ୟା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ଟାଉନ ଥାନାଧିକାରୀ ଶୁଭେନ୍ଦୁ ସାହୁ ପୋଲିସ ବଳ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେହିପରି ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ହେଲେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିନାହିଁ । ଏ ସଂକ୍ରାନ୍ତରେ ଟାଉନ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ କହିଛନ୍ତି । ଏ ନେଇ ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ କହିଛନ୍ତି ପ୍ରଶାସନିକ ଅଧିକାରୀଙ୍କ ପାଇଁ ଜଣେ ଦଳିତ ଯୁବକଙ୍କ ଜୀବନ ଚାଲିଗଲା । ସେ ଅନେକ ଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ତାଙ୍କ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳଙ୍କ ନିକଟରେ ତାଙ୍କ ମାମଲା ବିଚାରଧିନ ଥିଲା । ଦୀର୍ଘଦିନ ଧରି ସେ ନ୍ୟାୟ ପାଇଁ ଦୌଡି ଦୈାଡି ନିରାଶ ହୋଇଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଫଳରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ତାଙ୍କୁ ପ୍ରଶାସନିକ ଅଧିକାରୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି । ମତାମତ ନେବା ପାଇଁ ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ