ବନ୍ତରେ ବ୍ରଦର୍ସ ଜିମ୍ ସେଣ୍ଟର ଉଦ୍ଘାଟିତ
ବନ୍ତ,(ଚାନ୍ଦିନୀ ମହାନ୍ତି): ଆଗାମୀ ସମାଜର ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ବନ୍ତ ଠାରେ ବ୍ରଦର୍ସ ଜିମ୍ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି । ଆଧୁନିକ ଜିମ୍ ଉପକରଣ ଓ ନାମୀ ଟ୍ରେନରଙ୍କୁ ନେଇ ଏହି ଜିମ୍ ସେଣ୍ଟର ଆରମ୍ଭ ହୋଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବନେତା ସଂଗ୍ରାମ ଜେନା, ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୀତାଂଶୁ ଶେଖର ମହାପାତ୍ର, ସମାଜସେବୀ ସୁବ୍ରତ ଦାସ, ଡାକ୍ତର ମୂରଲୀଧର ସୁତାର, ପରମେଶ୍ୱର ବାରିକ, ପଧାନପଡା ସରପଞ୍ଚ ସେକ୍ ମୁସ୍ତାକ୍ ଅଲ୍ଲୀ, ପ୍ରିୟ ରଂଜନ ନାୟକ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଦାସ, ନିରଂଜନ ମଲ୍ଲିକ, ଅନନ୍ତ ଦାସ, ରାଜ କିଶୋର ସ୍ୱାଇଁ, ରାଜ କିଶୋର ପଣ୍ଡା, ଅମିନ୍ ସିଦ୍ଧିକ୍ ଉପସ୍ଥିତ ଥିଲେ । ଜିମ୍ ସେଣ୍ଟରର ପ୍ରତିଷ୍ଠାତା ଜ୍ୟୋତି ରଂଜନ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବନ୍ତ ଅଞ୍ଚଳର ସମସ୍ତ ନାଗରିକଙ୍କୁ ଏହି ଜିମ୍ରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ ।


