କୁଚିଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟି କୋଟି ଟଙ୍କାର କ୍ଷତି
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବସଷ୍ଟାଣ୍ଡ ନିକଟରେ ରେ ଥିବା ହରିନାରାୟଣ ମାର୍କେଟ କମ୍ପ୍ଳେକ୍ସ କ୍ୱାଲିଟି କଲେକ୍ସନ ରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ , ଆଜି ସକାଳେ ସାଢେ ୭ ଟା ସମୟରେ ଦୋକାନ ଖୋଲିବା ସମୟରେ କିଛି ବ୍ୟକ୍ତି ଚା ପିଇବା ପାଇଁ ସାହୁ ହୋଟେଲ ବାହାରେ ରୁଣ୍ଡ ହୋଇଥିବା ବେଳେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ ଓ ପରେ ଦୋକାନ ର ମାଲିକ କୁ ଖବର ଦେଇଥିଲେ ମାଲିକ ଆସି ଦେଖିବା ପରେ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା କିନ୍ତୁ ଗୋଟିଏ ଦମକଳ ଥିବାରୁ ନିଆଁ କୁ ଆୟତ୍ତ କରିବାରେ ଅଧିକ ସମୟ ଲାଗୁ ଥିବାବେଳେ କୁଚିଣ୍ଡା ଉପଖଣ୍ଡର ବାମରା ଜମନକିରା ଦମକଳ ବାହିନୀ ଆସି ନିଆଁ ଲିଭେଇବାରେ ସହଯୋଗ କରିଥିଲେ କିନ୍ତୁ ନିଆଁ ଆୟତ୍ତ ନ ହେବାରୁ ଝାରସୁଗୁଡା ଜିଲ୍ଲା ର କୋଲାବିରା ଲାଇକେରା ଏବଂ କୁଚିଣ୍ଡା ଉପଖଣ୍ଡର ଏଭଳି ୫ ଗୋଟି ଦମକଳ ବାହିନୀ ଆସି ଦୀର୍ଘ ୬ ଘଣ୍ଟା ପରେ ନିଆଁ କୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ସୂଚନା ଅନୁସାରେ କ୍ୱାଲିଟି କଲେକ୍ସନ ର ତୃତୀୟ ମହଲା ଥିବା ମାର୍କେଟ କଂପ୍ଲେକ୍ସ ରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଟଙ୍କର କପଡା ପୋଡି ନଷ୍ଟ ହୋଇଯାଇଛି,ଏଥିରେ ଜଣେ ସାମନ୍ୟ ଆହତ ହୋଇଥିବା ଜଣାପଡିଛି I