କୁନି ଦରଜୀ ମୟଙ୍କ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଏହି ଦରଜୀ ସେବକ ପରିବାରର କୁନି ସେବକ ହେଉଛନ୍ତି ମୟଙ୍କ । ମୟଙ୍କର ବୟସ ହେଉଛି ମାତ୍ର ୧୦ । ହେଲେ ଏହି କୁନି ବୟସରୁ ସେ ରଥ କପଡ଼ା ସିଲେଇ କାମ ଶିଖି ଗଲାଣି ବୋଲି କହିଛନ୍ତି ମୁଖ୍ୟ ସେବକ ପ୍ରମୋଦ ମହାରଣା । ସେ କହିଛନ୍ତି ଆମ ପରିବାରର ଏହା ପାରମ୍ପାରିକ ସେବା ହୋଇଥିବାରୁ ଘରର ପିଲାମାନେ ପିଲା ଦିନରୁ ଏହି କାମ ଶିଖିଥାନ୍ତି । ଆମେମାନେ ମଧ୍ୟ ଏହି ବୟସରୁ ଆମ ବାପାଙ୍କ ଠାରୁ ଏହି କାମ ଶିଖିଥିଲୁ । ଠିକ ସେହିପରି ଆମ ପିଲାମାନେ ଏହି କାମ ଶିଖିଛନ୍ତି । ପିଲା ଓ ଘରର ମହିଳାମାନେ ଆମକୁ କାମରେ ସାହାଯ୍ୟ ନ କଲେ ଆମେ ୧୫ ଦିନ ମଧ୍ୟରେ ୬୦ ଫୁଟ୍ରୁ ଅଧିକ ଉଚ୍ଚତାର ରଥ ପାଇଁ କପଡ଼ା ପ୍ରସ୍ତୁତ କରିପାରିବା ନାହିଁ ବୋଲି ଶ୍ରୀ ମହାରଣା କହିଛନ୍ତି ।


