କୃଷ୍ଣନଗର ଠାରେ ଦିବୀ ଜୀବନ ସଂଘ ଶାଖା ତରଫରୁ ସତ୍ ସଂଘ
ଚିକିଟି – ଶୁକ୍ରବାର ଦିନ ଚିକିଟି ଦିବ୍ୟ ଜିଲ୍ଲା ଦ୍ୱାରା ଦିବ୍ୟଜୀବନ ସଂଘ, କୃଷ୍ଣନଗର ଶାଖା ଦ୍ୱାରା ନାମ ମଣ୍ଡପ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ସତ୍ ସଂଘ ସ୍ୱର୍ଗତ ଜଗନ୍ନାଥ ଜେନାଙ୍କ ଆତ୍ମାର ସଦ୍ଗତି ଓ ପ୍ରଥମ ସାମ୍ବତ୍ସରୀୟ ଦିବସରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ଜଗନ୍ନାଥ ଜେନା ଜଣେ କର୍ମୀ, ସଚ୍ଚୋଟ, ନିର୍ମଳ ହୃଦୟ ଓ ଭଗବତ୍ ପ୍ରେମ ସହିତ ଗୁରୁସେବାରେ ତତ୍ପର ଥିଲେ । ସେ ହିଁ ସର୍ବ ପ୍ରଥମେ ୧୯୯୬ ମସିହାରେ ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠା କରିଥିଲେ । ସେ ଜଣେ କର୍ମଠ କର୍ମୀ ଥିଲେ ଏବଂ ଗୁରୁବାଣୀକୁ ସାରାଗ୍ରାମର ଲୋକଙ୍କ ସହିତ ମିଳିତ କରିବା ସହିତ ପ୍ରସାର ପ୍ରଚାର ମଧ୍ୟ କରୁଥିଲେ । ଓ ଅନ୍ତିମ ଶ୍ୱାସ ପର୍ଯ୍ୟନ୍ତ ସେ ଗୁରୁସେବାରେ ହିଁ ନିଜ ଜୀବନକୁ ସମର୍ପଣ କରିଥିଲେ । ତତ୍ସଙ୍ଗେ ତତ୍ସଙ୍ଗେ ଶରୀର ଚାଲିଗଲା ପରେ ଆତ୍ମା ମୁକ୍ତ ନିମନ୍ତେ ପ୍ରଭୁ ପ୍ରାର୍ଥନା ଓ ସତ୍ସଙ୍ଗ ନିତାନ୍ତ ଆବଶ୍ୟକ । ଯେଉଁଭଳି ଶରୀର ରକ୍ଷା ପାଇଁ ଖାଦ୍ୟର ଆବଶ୍ୟକ ହୋଇଥାଏ ଠିକ୍ ସେହିଭଳି ଆତ୍ମ ସଦ୍ଗତି ନିମନ୍ତେ ପ୍ରାର୍ଥନାର ଆବଶ୍ୟକ ହୋଇଥାଏ ବୋଲି ସ୍ୱାମୀଜୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଧୁର ସଙ୍ଗୀତମୟ ତଥା ଗଞ୍ଜାମ ଜିଲ୍ଲାର ସ୍ୱନାମଧନ୍ୟ ରାମ କଥାକାର ଗଣେଶ୍ୱର ପଣ୍ଡା ଯୋଗଦାନ କରି ସଂଗଠନକୁ ସୁଦୃଢ଼ କରିବା ସହିତ କୃଷ୍ଣ ଓ ରାଧାଙ୍କର ଭାବ ଭକ୍ତି ବ୍ୟାଖ୍ୟା ବର୍ଣ୍ଣନା କରିଥିଲେ । ସେହିପରି କୁଞ୍ଜ ବିହାରୀ ପାଢ଼ୀ ମଧ୍ୟ କହିଥିଲେ ଶରୀର ଚାଲିଗଲା ପରେ ପଂଚ ଯଜ୍ଞ କରିବା ନିତ୍ୟାନ୍ତ ଆବଶ୍ୟକ । ଶ୍ରଦ୍ଧାରୁ ଶ୍ରାଦ୍ଧ କରାଯାଇଥାଏ ବୋଲି କହିଥିଲେ । ଚିକିଟି ଦିବ୍ୟ ଜିଲ୍ଲା ଦ୍ୱାରା ଆଖାପାଖ ଗ୍ରାମର ଅନେକ ଶାଖା, ସଂଗଠନ ତଥା ଗୁରୁଭାଇ ଗୁରୁଭଉଣୀ ମାନଙ୍କୁ ନେଇ ସତ୍ସଙ୍ଗ କରିବା ସହ ଆଧ୍ୟାତ୍ମିକ ଜ୍ଞାନ ପ୍ରସାର ପ୍ରଚାର କରିବା ଓ ଗୁରୁବାଣୀ ସ୍ୱାମୀ ଶିବାନନ୍ଦ ସ୍ୱାମୀ ଚିଦାନନ୍ଦ ଲିଳାମୟ ଅମୃତକଥାକୁ ଜନଜନଙ୍କ ଠାରେ ପହଂଚାଇବା ଏକମାତ୍ର ଲକ୍ଷଅଟେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି, ଭଜନକୀର୍ତନରେ ଅଜୟ କୁମାର ଗୋ÷ଡ଼, ପିତାମ୍ବର ଗୋ÷ଡ଼, ହିରଣ୍ୟ ପ୍ରଧାନ, ମଧୁସୂଦନ ଜେନା, ରମେଶ ଗୋ÷ଡ଼, ସୁରେନ୍ଦ୍ର ଗୋ÷ଡ଼, ଦେବରାଜ ସାହୁ ଏବଂ ସୂର୍ଯ୍ୟ ଭାଇଙ୍କ ସମେତ ଆଖପାଖ ପ୍ରାୟ ଶତାଧିକ ଗୁରୁଭାଇ ଗୁରୁଭଉଣୀ ଯୋଗଦାନ କରିଥିଲେ । ପରିଶେଷରେ ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


