ଗଜପତି ଏସପିଙ୍କ ୨ୟ ପର୍ଯ୍ୟାୟ ଫିଟ୍ ନେସ ତାଲିମ

ପାରଳାଖେମୁଣ୍ଡ (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଷ୍ଟାଡିୟମ ପରିସରରେ ଜିଲା ଏସପି ଜନସାଧାରଣଙ୍କ ପାଇଁ ୨ୟ ପର୍ଯ୍ୟାୟ ଫିଟ୍ ନେସ ତାଲିମ ଶିବିରର ଆୟୋଜନ କରିଛନ୍ତିି । ଏହି ଫିଟ୍ ନେସ  ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉପସ୍ଥିତ ରହି ପ୍ରତ୍ୟେକ୍ଷ ଭାବେ ସଂଗୀତର ତାଳେ ତାଳେ ଲୋକମାନଙ୍କୁ ବିଭିନ୍ନ ଫିଟ୍ ନେସ ପାଇଁ ବିଭିନ୍ନ ଶାରିରୀକ ବ୍ୟାୟାମ ତାଲମ ଦେଉଛନ୍ତି । ଏହି ବ୍ୟାୟାମ ୨ଘଣ୍ଟା ଧରି ଚାଲୁରହିଥିବାବେଳେ ଏଥିରେ ଶତାଧିକ ଜନସାଧାରଣଙ୍କ ସହ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ମନୁଷ୍ୟର ସ୍ୱାସ୍ଥ୍ୟ ଠିକ୍ ରହିବା ସହ ମାନସିକ ଭାବେ ମଧ୍ୟ ସୁସ୍ଥ ରହେ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ବର୍ତ୍ତମାନ ବାୟୁମଣ୍ଡଳ ଯେଉଁଭଳି ଭାବେ ପ୍ରଦୂଷିତ ହେଉଛି ଏବଂ ମନୁଷ୍ୟକୁ ବିଭିନ୍ନ ରୋଗ ଯେଉଁ ଭଳି ଭାବେ ଦିନକୁ ଦିନ ଆକ୍ରାନ୍ତ କରୁଛି ଏହାର ଉପଚାରପାଇଁ ବ୍ୟାୟାମ ହିଁ ଏକମାତ୍ର ବିକଳ୍ପ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ