କେନାଳରେ ବୁଡି ୪ ବର୍ଷର ଶିଶୁ ର ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା):ସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମ କେନାଳ ରେ ବୁଡି ୪ ବର୍ଷର ଶିଶୁ ଙ୍କ ମୃତ ହୋଇଛି l ମୃତ ଶିଶୁଙ୍କ ଜଣକ ହେଲେ ବଳରାମପୁର ଗ୍ରାମ ବଡ଼ ସାହିର ମନୋଜ ପ୍ରଧାନ ଙ୍କ ପୁଅ ଚନ୍ଦନ ପ୍ରଧାନ (୪) l ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ୧୨ ଟାରେ ଚନ୍ଦନ ତାଙ୍କ ଦୁଇ ଜଣ ସାଙ୍ଗ ଙ୍କ ସହ ଖେଳୁଥିବା ବେଳେ ଗ୍ରାମ ରେ ଥିବା କେନାଳ ରେ ବୁଡି ଚନ୍ଦନ ଙ୍କ ମୃତ୍ୟୁ ହୋଇଥିଲା l ଗ୍ରାମବାସୀ ମାନେ ପ୍ରଥମେ ବହୁ ଖୋଜାଖୋଜି କରିବା ପରେ ଚନ୍ଦନ ଙ୍କ ପତା ନ ପାଇବାରୁ ଅଗ୍ନିଶ୍ରମ ବାହିନୀକୁ ଖବର ଦେଇଥିଲେ l ଅଗ୍ନିଶ୍ରମ ବାହିନୀ ପହଂଚି ଚନ୍ଦନ ଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅନ୍ୟ ପଟେ ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା,ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି କାଳିଆ ନାହାକଏବଂ ଗ୍ରାମ ର ବହୁ ବ୍ୟକ୍ତି ମାନେ ଛତ୍ରପୁର ମେଡିକାଲ ରେ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ