ଡା. ସାମି ସଲିମଙ୍କ ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଡା. ସାମି ସଲିମ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ୬ନମ୍ବର ଜିଲ୍ଲା ପରିଷଦ ଜୋନ ଏବଂ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ୧୩ନମ୍ବର ଜିଲ୍ଲା ପରିଷଦ ଜୋନର କର୍ମୀ ସମ୍ମିଳନୀରେ ଯୋଗଦେଇ ଉଭୟ ଜୋନର ବିଜେଡିର ଦଳୀୟ ପ୍ରାର୍ଥୀନୀମାନଙ୍କୁ ଭୋଟଦେବା ପାଇଁ ନିବେଦନ କରିଛନ୍ତି । ଡା. ସଲିମ ୬ନମ୍ବର ଜୋନର ବିଜେଡି ପ୍ରାର୍ଥୀନୀ ନିର୍ମଳା ମହାନ୍ତି ଓ ୧୩ନମ୍ବର ଜୋନର ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳୀ ସେଠୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ସଭାରେ ଯୁବନେତା ସାଇଦୁର ରହେମାନ, କଲିମ ଖାନ, ଚନ୍ଦ୍ରକାନ୍ତ ପ୍ରଧାନ, ପୂନର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସେକ ଲିୟାକତ, ବାଦଲ ମହାନ୍ତି, ନଜିମ ଖାନ, ସେକ ଆସଲମ, ସାବିର ହୋସେନ, ଅଞ୍ଜୁମ ଖାନ, ଛାତ୍ର ଉପସଭାପତି ଅହମ୍ମଦ ଖାନ, ମହମ୍ମଦ ଆକ୍ରମ ଖାନ, ଗୁଡାନ ଖାନ, ସାରୁଖ ଖାନ, ଜୁମା, ନୱାଜ ଖାନ, ସେକ ଚାନ୍ଦ, ସେକ କଲାମ, ଅନସାର, କମଳାକାନ୍ତ, ଗଙ୍ଗା ସେଠୀ, ମୋଜାହିଦ, ସୋନୁ, ମତଲୁବ ନୁରାନି ଖାନ, ସେକ ସାନି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ କଲିମ ଖାନ ଆୟୋଜନ କରିଥିବା ବେଳେ ମହମ୍ମଦ ଆକ୍ରମ ଖାନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ