କେନ୍ଦ୍ରାପଡା ସାଂସଦଙ୍କ ବ୍ୟାନର ଚିରା ନେଇ ଥାନାରେ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ନବବର୍ଷ ଉପଲକ୍ଷେ ଲଗାଯାଇଥିବା କେନ୍ଦ୍ରାପଡା ସାଂସଦଙ୍କ ବ୍ୟାନରକୁ କେହି ଚିରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନୂତନ ଇଂରାଜୀ ନବବର୍ଷ ଉପଲକ୍ଷେ କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତି ଜିଲ୍ଲାର ଅଧିବାସୀମାନଙ୍କୁ ଶୁଭେଛା ଜଣାଇଥିବା ନେଇ ଏକ ବ୍ୟାନର କେନ୍ଦ୍ରାପଡା ସହରର ଫକିରାବାଦରେ ମରାଯାଇଥିଲା । କିନ୍ତୁ ସେହି ବ୍ୟାନରଟିକୁ କେହି ଦୁର୍ବୁତ ଶୁକ୍ରବାର ରାତିରେ ଚିରିଦେଇଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଗୈାଡଗୋପ ଗ୍ରାମର ମହମ୍ମଦ ମୁସ୍ତକିମ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ନେଇ ଟାଉନ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ