କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ବେଳାଭୂମି ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
କୋଣାର୍କ (ଓ୍ବାଇଏନଏସ) : ଆସନ୍ତା ଡିସେମ୍ବର ୩ ତାରିଖରେ କୋଣାର୍କ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ବେଳାଭୂମି ପଦଯାତ୍ରାକୁ ସଫଳ କରିବା ନିମନ୍ତେ କୋଣାର୍କ ସ୍ଥିତ ଭଗବତୀ ମଠ ପରିସରରେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଂଘର ସଭାପତି ଜ୍ୟୋତିରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଣାର୍କ ଉତ୍ସବ ଅବସରରେ ଏହି ପଦଯାତ୍ରା ଆୟୋଜନ କରାଯିବ। କୋଣାର୍କ ଏନ୍ଏସି ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ସହଯୋଗରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସମାଜସେବୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବେଳାଭୂମିର ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ପର୍ଯ୍ୟଟନ ସଚେତନତାର ବାର୍ତ୍ତା ପ୍ରସାର କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିବ। ଏହି ବୈଠକରେ ସଂଘର ସମ୍ପାଦକ ମନୋରଞ୍ଜନ ପଣ୍ଡା , ଉପସଭାପତି ଭାଗୀରଥୀ ସ୍ୱାଇଁ, ଉପଦେଷ୍ଟା ମାନସ ରଞ୍ଜନ ପାତ୍ର , ଅରୁଣ କୁମାର ବିଶ୍ୱାଳ , ପ୍ରଦୀପ କୁମାର ଛାଟୋଇ, ସ୍ୱାଧୀନ ନାୟକ , ଦେବଶକ୍ତି ନାୟକ , ଗଣେଶ ଚନ୍ଦ୍ର ବେହେରା , ଦେବ ପ୍ରସାଦ ବେଉରା ଓ ଆନନ୍ଦ କୁମାର ଜେନାଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପଦଯାତ୍ରାର ସଫଳ ଆୟୋଜନ ନେଇ ଆଲୋଚନା କରିଥିଲେ।


