କୋଣ୍ଡାରେଡ୍ଡୀଙ୍କୁ ଆଦିବାସୀ ମାନ୍ୟତା ଦାବି ପ୍ରସଙ୍ଗ : ବିଚାରଧୀନ ନେଇ ରମେଶ ମାଝିଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଜନଜାତି ମନ୍ତ୍ରୀ

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ବଣ୍ଡା, ଡିଡାଇଙ୍କ ପରି କୋଣ୍ଡାରେଡ୍ଡୀ ମଧ୍ୟ ଜନଜାତିଙ୍କ ମଧ୍ୟରେ ଆସୁଛନ୍ତି ।ଅନ୍ୟ ଜନଜାତିଙ୍କ ପରେ କୋଣ୍ଡାରେଡ୍ଡୀ ମଧ୍ୟ ଆଦିମ ଜନଜାତି ଏବଂ ତାଂକର ପାରଂପାରିକ ସଂସ୍କୃତି, ଭେଷଭୁଷା, ପର୍ବପର୍ବାଣୀ ଇତ୍ୟାଦି ଜନଜାତିଙ୍କ ପରି । ଦୀର୍ଘ ଦିନ ହେଲା କୋଣ୍ଡାରେଡ୍ଡୀଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ ଦାବି କରି ଆସୁଥିଲେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉନଥିଲେ । ତେବେ ଗତ ମାର୍ଚ୍ଚ ୨୮ ତାରିଖ ଦିନ ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ସଂସଦରେ କୋଣ୍ଡାରେଡ୍ଡୀଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ ଦାବି କରିଥିଲେ । ତେବେ ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏକ ପତ୍ର ଲେଖି ଏହା ବିଚାରଧୀନ ରହିଥିବା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଅନୁସୂଚିତ ଜନଜାତିଙ୍କ ସୂଚୀରେ କିଛି ପରିବର୍ତ୍ତନ ଆଣିବା ପାଇଁ ଏହାର ନିୟମ କାନୁନ ଉପରେ ତର୍ଜମା କରୁଛନ୍ତି । ତେବେ ସେହି ସବୁ ଦାବିକୁ ବିଚାରକୁ ନିଆଯାଉଛି ଯେଉଁଠି ରାଜ୍ୟ ସରକାର ନିଜେ ଏହାର ଦାବି ଉପସ୍ଥାପନା କରିଥିବେ ଏବଂ ଏଥିପାଇଁ ସୁପାରିଶ ମଧ୍ୟ କରିଥିବେ । ଏଥିସହ ରାଷ୍ଟ୍ରୀୟ ଜନଜାତି ଆୟୋଗ ତରଫରୁ ସହମତି ପ୍ରଦାନ କରାଯାଇଥିବ। ତେଣୁ ଏହାକୁ ସମସ୍ତ ଦିଗରୁ ବିଚାର କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ