କୋଭିଡ-୧୯ ଆରୋଗ୍ୟ ସଂଖ୍ୟା ୭.୫୩ ଲକ୍ଷ ଡେଇଁଲା
ନୂଆଦିଲ୍ଲୀ : ପ୍ରଭାବଶାଳୀ ନିରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ଫଳରେ କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ ୨୫ ହଜାରରୁ ଅଧିକ ସୁସ୍ଥ ହୋଇଥିବା ଛନ୍ତି । ସେହିପରି ବୁଧବାର ମାଧ୍ୟାନ ସୁଦ୍ଧା କୋଭିଡ-୧୯ ଆରୋଗ୍ୟ ସଂଖ୍ୟାକୁ ୭,୫୩,୦୪୯ରେ ପହଞ୍ଚାଇଛି । ଆରୋଗ୍ୟ ହାର ୬୩.୭୨ ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତର ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଇ ୨.୫୨ ପ୍ରତିଶତରେ ରହିଛି ଯାହାକି ସର୍ବନିମ୍ନ ଅଟେ । ଆରୋଗ୍ୟ ଏବଂ ସକ୍ରିୟଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ ୩,୪୧,୯୧୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସକ୍ରିୟ ରୋଗୀ ସଂଖ୍ୟା ୪,୧୧,୧୩୩ ରହିଛି ଏବଂ ସମସ୍ତେ ଡାକ୍ତରୀ ତତ୍ତ୍ଵାବଧାନରେ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩,୪୩,୨୪୩ ନମୁନା ପରୀକ୍ଷା କରାଯାଇଛି । ଦେଶରେ ସମୁଦାୟ ୧କୋଟି ୫୦ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇସାରିଲାଣି । ଏହା କେବଳ ଦେଶରେ ପରୀକ୍ଷାଗାର ବୃଦ୍ଧି ଫଳରେ ସମ୍ଭବ ହୋଇପାରିଛି । ବର୍ତ୍ତମାନ ଦେଶରେ ୮୯୨ଟି ସରକାରୀ ଓ ୩୮୨ଟି ବେସରକାରୀ ଭାବେ ରହିଥିଲାବେଳେ ମୋଟ ୧୨୭୪ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଥିବା ଜଣାପଡିଛି ।


