ପରିବାର କୁ ପୋଛିଦେଲା ମାଆ,ବାପା ଙ୍କ ପରେ ଏକମାତ୍ର ପୁଅ ଙ୍କ ଜୀବନ ନେଲା କରୋନା

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବସଷ୍ଟାଣ୍ଡ ରେ ଇଲୋକ୍ଟ୍ରନିକ୍ସ୍ ଦୋକାନ କରିଥିବା ରିଙ୍କୁ ଓରଫ ଇ.ଜିତେନ୍ଦ୍ର ପାତ୍ର(୪୧) କରୋନା ରେ ମୃତ୍ୟୁ ବରଣ କରିଛନ୍ତି।ସୋମବାର ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଥିବା ଜଣାପଡିଛି।ସେ ଜଣେ ମେଳାପି, ମିଷ୍ଟଭାଷୀ ଓ ବନ୍ଧୁ ବତ୍ସଳ ଭାବେ ଜଣାଶୁଣା ଥିଲେ।ଗତ କିଛିଦିନ ହେଲା ଖୁବ୍ କମ୍ ବୟସରେ ସେ ଗୌଡିୟ ବୈଷ୍ଟମ୍ବ ଧର୍ମରେ ଦୀକ୍ଷିତ ହୋଇ ନିତ୍ୟ ନିୟମିତ ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଆସୁଥିଲେ।ରବିବାର ତାଙ୍କ ବାପା ଇ. କୃଷ୍ଣ ପାତ୍ର କରୋନା ରେ ଆକ୍ରାନ୍ତ ହୋଇ ଶୀତଳା ପଲ୍ଲୀ କୋଭିଡ ହସ୍ପିଟାଲ୍ ରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ମାଆ ଇ. ଜାନକୀ ପାତ୍ର ମଧ୍ୟ କିଛିଦିନ ପୂର୍ବେ କରୋନା ରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ।ଚଳିତ ମାସ ୯ ତାରିଖରେ ପରିବାରର ସମସ୍ତ ସଦସ୍ୟଙ୍କ ଦିଗପହଣ୍ଡି ସ୍ଥିତ ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟ କରୋନା ଟେଷ୍ଟିଂ ସେଣ୍ଟର ରେ ସ୍ୱାବ ସଂଗ୍ରହ କରାଯାଇଥିଲା। ୧୦ ତାରିଖରେ ରିପୋର୍ଟ ପଜିଟିଭ ଆସିବାପରେ ସେମାନଙ୍କୁ କୋଭିଡ କେୟାର ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ଇ. ଜିତେନ୍ଦ୍ର ଙ୍କ ସ୍ତ୍ରୀ ଅନୁରାଧା ପାଣିଗ୍ରାହୀ ସୁସ୍ଥ ହୋଇ ସେଠାରୁ ଫେରିବାପରେ କରୋନା ରେ ସଂକ୍ରମିତ ପରିବାର ର ଅନ୍ୟ ସମସ୍ତ ସଦସ୍ୟ ମୃତ୍ୟୁ ବରଣ କରିଥିବାରୁ ସହରରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ